
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାଣିଗ୍ରାହୀଙ୍କ
ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ
ପାଣିଗ୍ରାହୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜୟଦେବଙ୍କ ଗୀତ ଗୋବିନ୍ଦ ଗାନ ପାଇଁ
ସେ ସାରା ବିଶ୍ୱରେ ବେଶ୍ ପରିଚିତ ଥିଲେ। ଓଡ଼ିଶୀ ସଙ୍ଗୀତର ଗରିମା ବୃଦ୍ଧି ସହ ଏହାକୁ ଲୋକପ୍ରିୟ
କରିବାରେ ତାଙ୍କର ଯୋଗଦାନ ସର୍ବଦା ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା