
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । କଳାବଜାରୀ
ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସ ଟିମ୍ । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା
ଦେଇଛନ୍ତି । ଏବେ ରାଜ୍ୟରେ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ଅଛି । ୨ ଲକ୍ଷ ୬ ହଜାର ୩୬୮
ଟନ୍ ପ୍ୟାକ୍ସକୁ ଦିଆସରିଛି । ୧୪୨୬
ଟନ୍ ଡିଲରଙ୍କୁ ଦିଆଯାଇଛି ।୨୯ ହଜାର ଟନ୍ ସାର ଷ୍ଟକ୍ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା