ଖୁଦୀରାମ ବୋଷଙ୍କ ଜନ୍ମଭୂମିରେ ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି, ପାଂଚ କୋଟିର କଲେ ଘୋଷଣା
ପଶ୍ଚିମ ମେଦିନୀପୁର, ୧୧ ଅଗଷ୍ଟ (ହି. ସ.)- ବଳିଦାନୀ କ୍ରାନ୍ତିକାରୀ ଖୁଦୀରାମ ବୋଷଙ୍କ ଆତ୍ମବଳିଦାନ ଦିବସରେ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶପୁର ବ୍ଲକର ମୋହବନୀସ୍ଥିତ ତାଙ୍କ ଜନ୍ମଭୂମିରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଖରାପ
ଖୁଦୀରାମ ବୋଷଙ୍କ ଜନ୍ମଭୂମିରେ ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି, ପାଂଚ କୋଟିର କଲେ ଘୋଷଣା


ପଶ୍ଚିମ ମେଦିନୀପୁର, ୧୧ ଅଗଷ୍ଟ (ହି. ସ.)- ବଳିଦାନୀ କ୍ରାନ୍ତିକାରୀ ଖୁଦୀରାମ ବୋଷଙ୍କ ଆତ୍ମବଳିଦାନ ଦିବସରେ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶପୁର ବ୍ଲକର ମୋହବନୀସ୍ଥିତ ତାଙ୍କ ଜନ୍ମଭୂମିରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଖରାପ ପାଗ ଏବଂ ହେଲିକପ୍ଟରରେ ବୈଷୟିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ କୋଲାଘାଟ ପର୍ଯ୍ୟନ୍ତ ହେଲିକପ୍ଟରରେ ପହଂଚିବା ପରେ ସଡ଼କ ପଥରେ ମୋହବନୀ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ପ୍ରାୟ ଦେଢ଼ଟା ବେଳେ ମୋହବନୀ ପହଂଚିଥିଲେ।

ମୋହବନୀ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ବଳିଦାନୀ ଖୁଦୀରାମ ବୋଷଙ୍କ ପୂର୍ଣ୍ଣାକୃତି ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ତାଙ୍କ ଜନ୍ମଭୂମି ଏବଂ ପୈତୃକ ବାସଭବନ ପରିଦର୍ଶନ କରିବା ସହ ପରିବାରର ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ, ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁଦୀରାମ ବୋଷଙ୍କ ଜନ୍ମଭୂମି ଏବଂ ଐତିହାସିକ ଐତିହ୍ୟର ସଂରକ୍ଷଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ ମୋହବନୀ ବିକାଶ ବୋର୍ଡକୁ ପାଂଚ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ। ପୈତୃକ ଘରେ ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ ଗ୍ୟାଲେରୀ ନିର୍ମାଣ କରିବା ସହ ସେଠାରେ ଲେଜର ଶୋ'ର ବ୍ୟବସ୍ଥା କରାଯିବ। ଖୁଦୀରାମ ବୋଷ ତଥା ମେଦିନୀପୁରର ସ୍ୱାଧୀନତା ସଂଗ୍ରାମ ଉପରେ ଗବେଷଣା କରୁଥିବା ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ବିକଶିତ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁଦୀରାମ ବୋଷ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ସାହସ, ଦେଶପ୍ରେମ ଏବଂ ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ନୂତନ ପିଢ଼ିକୁ ପ୍ରେରଣା ଦେଇଥାଏ। ସେ କହିଥିଲେ ଯେ ଖୁଦୀରାମ ବୋଷଙ୍କ ଭଳି ମହାନ କ୍ରାନ୍ତିକାରୀଙ୍କୁ ପାଠ୍ୟକ୍ରମର ଚାରି ଧାଡ଼ି ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ।

ସେ କହିଥିଲେ ଯେ ସ୍କୁଲରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଖୁଦୀରାମ ବୋଷଙ୍କ ଜୀବନ, ସଂଘର୍ଷ ଏବଂ ବଳିଦାନର ବ୍ୟାପକ ଅଧ୍ୟୟନ କରାଯିବା ଉଚିତ। ଏଥିପାଇଁ ସେ ଶିକ୍ଷା ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅବିଭକ୍ତ ମେଦିନୀପୁରର ମାଟି ଖୁଦୀରାମ ବୋଷ ଏବଂ ବୀରାଙ୍ଗନା ମାତଙ୍ଗିନୀ ହାଜରାଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜନ୍ମ ଦେଇଛି। ଏପରି ମହାନ ବ୍ୟକ୍ତିତ୍ୱମାନଙ୍କ ଜୀବନ ଏବଂ ସଂଘର୍ଷକୁ ଘରେ ଘରେ ପହଂଚାଇବାର ଆବଶ୍ୟକତା ରହିଛି।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande