ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚାରିଟି ପର୍ଯ୍ୟଟନ ସର୍କିଟର ଶୁଭାରମ୍ଭ କଲେ
ନୂଆଦିଲ୍ଲୀ, ଅଗଷ୍ଟ ୧୧ (ହି.ସ) - ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଅକ୍ଷରଧାମ ମନ୍ଦିରରେ ଆୟୋଜିତ ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬'' ରେ ଦିଲ୍ଲୀର ଚାରୋଟି ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସର୍କିଟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜ
ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚାରିଟି ପର୍ଯ୍ୟଟନ ସର୍କିଟର ଶୁଭାରମ୍ଭ କଲେ


ନୂଆଦିଲ୍ଲୀ, ଅଗଷ୍ଟ ୧୧ (ହି.ସ) - ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଅକ୍ଷରଧାମ ମନ୍ଦିରରେ ଆୟୋଜିତ ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସମ୍ମିଳନୀ-୨୦୨୬' ରେ ଦିଲ୍ଲୀର ଚାରୋଟି ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ ସର୍କିଟର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜଗ୍ଗୀ ବାସୁଦେବ ଉପସ୍ଥିତ ଥିଲେ। ଏହି ଚାରୋଟି ସର୍କିଟ୍ ମାଧ୍ୟମରେ ଦିଲ୍ଲୀର ବିଭିନ୍ନ ଭାଗରେ ଅବସ୍ଥିତ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସ୍ଥଳଗୁଡ଼ିକୁ ଭ୍ରମଣ ଅନୁଭୂତି ଭାବେ ଯୋଡ଼ାଯାଇଛି।

ଦିଲ୍ଲୀର ଆତ୍ମା-ସର୍କିଟ୍ ୧: ଗୁରୁଦ୍ୱାରା ବଙ୍ଗଳା ସାହିବ୍, ସେକ୍ରେଡ୍ ହାର୍ଟ କ୍ୟାଥେଡ୍ରାଲ୍, ଅଗ୍ରସେନ୍ କି ବାଓଲି, ଲୋଟସ୍ ଟେମ୍ପଲ୍, ଅକ୍ଷରଧାମ ମନ୍ଦିର ଏହି ସର୍କିଟ୍ ରେ ଯୋଡାଯାଇଛି । ଏହି ସର୍କିଟ୍ ଦିଲ୍ଲୀର ଆଧ୍ୟାତ୍ମିକ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ଏକାଠି ଅନୁଭବ କରିବାର ସୁଯୋଗ ଦେଇଥାଏ।

ଦିଲ୍ଲୀର ଐତିହ୍ୟ-ସର୍କିଟ ୨: ଏହି ସର୍କିଟରେ ବିର୍ଲା ମନ୍ଦିର, ଝଣ୍ଡେୱାଲାନ ମାତା ମନ୍ଦିର, ଜନ୍ତର ମନ୍ତର, ଯୋଗମାୟା ମନ୍ଦିର, ଜଗନ୍ନାଥ ମନ୍ଦିର ଅନ୍ତର୍ଭୁକ୍ତ ଜ୍ଝ ଏହି ସର୍କିଟ୍ ଦିଲ୍ଲୀର ଧାର୍ମିକ ଏବଂ ଐତିହାସିକ ଐତିହ୍ୟର ବିବିଧ ଦିଗକୁ ପ୍ରଦର୍ଶିତ କରେ ।

ଦିଲ୍ଲୀର ପବିତ୍ର ସୌହାର୍ଦ୍ଦ୍ୟ-ସର୍କିଟ୍ ୩: ପ୍ରାଚୀନ ହନୁମାନ ମନ୍ଦିର, ଦିଗମ୍ବର ଜୈନ ଲାଲ ମନ୍ଦିର, ଆମ୍ବେଦକର ସ୍ମାରକୀ, ପୁରାନା କିଲା, ହଜରତ ନିଜାମୁଦ୍ଦିନଙ୍କୁ ଏହି ସର୍କିଟ୍ ସହିତ ଯୋଡାଯାଇଛି। ଏହି ସର୍କିଟ୍ ଦିଲ୍ଲୀର ବହୁ-ଧାର୍ମିକ ଏବଂ ସମାବେଶୀ ସଂସ୍କୃତି ତଥା ସହରର ଐତିହାସିକ ଐତିହ୍ୟକୁ ପ୍ରତିଫଳିତ କରେ ।

ଦିଲ୍ଲୀର ପ୍ରତିଧ୍ୱନି-ସର୍କିଟ୍ ୪: ଏହି ସର୍କିଟ୍ ମଧ୍ୟରେ ଗୁରୁଦ୍ୱାର ରକାବ ଗଞ୍ଜ ସାହିବ, ବୌଦ୍ଧ ମନ୍ଦିର, ଚର୍ଚ୍ଚ ଅଫ୍ ରିଡେମ୍ପସନ୍, ମେହରୌଲି ପ୍ରତ୍ନତାତ୍ୱିକ ଉଦ୍ୟାନ, ଛତରପୁର ମନ୍ଦିର, ଲିଙ୍ଗା ଭୈରବୀ ସନ୍ନିଧାନମ୍ ଅନ୍ତର୍ଭୁକ୍ତ ଜ୍ଝ ଏହି ସର୍କିଟ୍ ଦିଲ୍ଲୀର ଧାର୍ମିକ ସ୍ଥାନ, ପ୍ରତ୍ନତାତ୍ୱିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଏକ ବ୍ୟାପକ ଭ୍ରମଣ ଅଭିଜ୍ଞତାରେ ମିଶ୍ରଣ କରେ ।

ଦିଲ୍ଲୀ-ଆଧ୍ୟାତ୍ମିକତା, ଐତିହ୍ୟ ଏବଂ ଅଭିଜ୍ଞତାର ରାଜଧାନୀ ବିଷୟବସ୍ତୁ ବିଶିଷ୍ଟ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟକୁ ଦେଶ ତଥା ବିଶ୍ୱ ସମ୍ମୁଖରେ ଏକ ସମନ୍ୱିତ ପର୍ଯ୍ୟଟନ ଅନୁଭୂତି ରୂପରେ ଉପସ୍ଥାପନ କରିବା ଏବଂ ରାଜଧାନୀକୁ ଏକ 'ଟ୍ରାଞ୍ଜିଟ୍ ସିଟି ରୁ 'ଗନ୍ତବ୍ୟ ସହର' ରେ ବିକଶିତ କରିବା।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande