ଦୋକାନ ଆଗରୁ ବାଇକ ଚୋରୀ
ଭଦ୍ରକ, ୧୧ ଅଗଷ୍ଟ (ହି.ସ.) -ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଛକରୁ ଗତକାଲି ଏକ ହୁଣ୍ଡା ୟୁନିକର୍ଣ ଗାଡି ଚୋରୀ ହୋଇଛି। ସୂଚନା ଅନୁସାରେ ଅସୁରା ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ଚରମ୍ପା ଛକରେ ଏକ ଫଳ ଦୋକାନ ଅଛି। ପ୍ରତିଦିନ ପରି ଗତକାଲି ନିଜ ଗାଡି ଓଡି-୨୨ଏଲ- ୨୨୨୮କୁ ଦୋକାନ ଆଗରେ ରଖି ଫଳ ବି
BIKE CHORI IN FRONT OF SHOP


ଭଦ୍ରକ, ୧୧ ଅଗଷ୍ଟ (ହି.ସ.) -ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଛକରୁ ଗତକାଲି ଏକ ହୁଣ୍ଡା ୟୁନିକର୍ଣ ଗାଡି ଚୋରୀ ହୋଇଛି। ସୂଚନା ଅନୁସାରେ ଅସୁରା ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ଚରମ୍ପା ଛକରେ ଏକ ଫଳ ଦୋକାନ ଅଛି। ପ୍ରତିଦିନ ପରି ଗତକାଲି ନିଜ ଗାଡି ଓଡି-୨୨ଏଲ- ୨୨୨୮କୁ ଦୋକାନ ଆଗରେ ରଖି ଫଳ ବିକ୍ରି କରୁଥିଲେ। ହେଲେ ତାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ କେହି ଠାଉରିଆ ତାଙ୍କ ହୁଣ୍ଡା ୟୁନିକର୍ଣ ଗାଡି ଟିକୁ ଚୋରାଇ ନେଇଛି। ଶ୍ରୀ ବାରିକ ରାତି ଆଠଟା ବେଳେ ଦୋକାନ ବନ୍ଦ କରି ଗାଡି ଖୋଜିବା ବେଳକୁ ଗାଡି ମିଳି ନଥିଲା। ଆଜି ଟାଉନ ଥାନାରେ କେଶ ଦାଏର କରିଥିବା ଜଣାପଡିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande