ରକ୍ତଦାନ ଶିବିରରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସା
ରକ୍ତଦାନ ଶିବିରରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଶିବିରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ଯୁବକ ସ୍ୱଇଚ୍ଛାରେ ରକ୍ତଦାନ କରି ସମାଜସେବାର ଉଦାହରଣ ସୃଷ୍ଟି କରିଥିଲେ। ରକ୍ତଦାନ ଏକ ମହତ୍ ସେବା କାର୍ଯ୍ୟ ହୋଇଥିବା ବେଳେ ଏହା ଜରୁରୀ ସମୟରେ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥାଏ।

ଏହି ଅବସରରେ ଡ. ମହାଲିଙ୍ଗ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ରକ୍ତଦାତା ଯୁବକମାନଙ୍କର ସେବା ଓ ସମର୍ପଣ ଭାବନାକୁ ପ୍ରଶଂସା କରିଥିଲେ। ସେ ଶିବିରର ଆୟୋଜନ ପାଇଁ ‘ସମାଜ’ କର୍ତ୍ତୃପକ୍ଷଙ୍କୁ ଏବଂ ସ୍ୱଇଚ୍ଛାରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande