ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ
ଗଂଜାମ, 11 ଅଗଷ୍ଟ (ହି.ସ.) ପୂର୍ବାଞ୍ଚଳ ଭାରତୀୟ ଅସ୍ଥିଶଲ୍ୟ ସଙ୍ଘ ଓ ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ ଦୁଇଦିନ ଧରି ନନ୍ଦନ ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ସଂଗଠନିକ ଅଧ୍ୟକ୍ଷ ଡା ସମ୍ବିତ ପଣ୍ଡା, ସମ୍ପାଦକ ଡା ଦିଲୀପ ମିଶ୍ର ଓ କୋଷାଧକ୍ଷ ଡା ସୌଭାଗ୍ୟ କୁମାର ହୋତାଙ୍
Qeertt


ଗଂଜାମ, 11 ଅଗଷ୍ଟ (ହି.ସ.) ପୂର୍ବାଞ୍ଚଳ ଭାରତୀୟ ଅସ୍ଥିଶଲ୍ୟ ସଙ୍ଘ ଓ ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ ଦୁଇଦିନ ଧରି ନନ୍ଦନ ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ସଂଗଠନିକ ଅଧ୍ୟକ୍ଷ ଡା ସମ୍ବିତ ପଣ୍ଡା, ସମ୍ପାଦକ ଡା ଦିଲୀପ ମିଶ୍ର ଓ କୋଷାଧକ୍ଷ ଡା ସୌଭାଗ୍ୟ କୁମାର ହୋତାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇ ଯାଇଛି || ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଯୋଗଦେଇ ବିଭିନ୍ନ ଅତ୍ୟାଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ସମ୍ବନ୍ଧରେ ନିଜ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ || ଏହି ସମ୍ମିଳନୀରେ ପଦ୍ମଶ୍ରୀ ଡା କୃଷ୍ଣ ମୋହନ ପାଠୀ,ପୂର୍ବାଞ୍ଚଳ ଅସ୍ଥିଶଲ୍ୟ ସଂଘର ସଭାପତି ଡା ସଙ୍କର୍ଷଣ ପାତ୍ର, ସମ୍ପାଦକ ଡା ଦିନେଶ ଜୟଶୱାଲ, ଉପସଭାପତି ଡା ଶକ୍ତି ପ୍ରସାଦ ଦାସ, ଓଡିଶା ଅସ୍ଥି ଶଲ୍ୟ ସଂଘର ସଭାପତି ଡା ବସନ୍ତ କୁମାର ବେହେରା, ସମ୍ପାଦକ ଡା ସତ୍ୟ ରଞ୍ଜନ ପାତ୍ର, ବ୍ରହ୍ମପୁର ଅସ୍ଥିଶଲ୍ୟ ସଂଘର ସଭାପତି ଡା ଅବନୀ କାନ୍ତ ମିଶ୍ର, ଡା ତନ୍ମୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ || ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଭେଷଜ ଅନୁଷ୍ଠାନର ଅସ୍ଥିଶଲ୍ୟ ମୁଖ୍ୟ ଡା ବିଷ୍ଣୁ ପ୍ରସାଦ ପାତ୍ର ଓ ତାଙ୍କ ସହଯୋଗିବୃନ୍ଦ ଅସ୍ଥିଶଲ୍ୟ ଚିକିତ୍ସା ସମ୍ବଧୀୟ ସମସ୍ତ ଆଲୋଚନା ଚକ୍ର ଓ ସନ୍ଦର୍ଭ ଉପସ୍ଥାପନା କାର୍ଯ୍ୟକ୍ରମ ଅତି ସଫଳତାର ସହ ସମ୍ପର୍ଣ୍ଣ କରିଥିଲେ || ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା ଶ୍ୱର୍ନେନ୍ଦୁ ସାମନ୍ତ ସମ୍ମାନ ଜନକ ପଦ୍ମଶ୍ରୀକୃଷ୍ଣ ମୋହନ ପାଠୀ ବତକୃତା ଉପସ୍ଥାପନ କରିଥିଲେ ||

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande