ଚମ୍ପୁଆ ରିମୁଳି ରାସ୍ତା ଏବେ ପାଲଟିଛି ମରଣଯନ୍ତା
କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଚମ୍ପୁଆ ରିମୁଳି ୨୦ନଂ ଜାତୀୟ ରାଜପଥ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଦୀର୍ଘଦିନ ହେବ ଉକ୍ତ ରାସ୍ତା ମରାମତି ହୋଇଥିଲେ ହେଁ, ବର୍ତ୍ତମାନ ଉକ୍ତ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ସାରା ଖାଲଖମା ପରିପୂର୍ଣ୍ଣ ହୋଇଅଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ
Champua rimuli


କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଚମ୍ପୁଆ ରିମୁଳି ୨୦ନଂ ଜାତୀୟ ରାଜପଥ ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଦୀର୍ଘଦିନ ହେବ ଉକ୍ତ ରାସ୍ତା ମରାମତି ହୋଇଥିଲେ ହେଁ, ବର୍ତ୍ତମାନ ଉକ୍ତ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ସାରା ଖାଲଖମା ପରିପୂର୍ଣ୍ଣ ହୋଇଅଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ବର୍ଷା ଦିନ ପୂର୍ବରୁ ମରାମତି କରିବା ନିୟମ ରହିଥିଲେ ହେଁ ଚଳିତ ବର୍ଷ ଉକ୍ତ ରାସ୍ତାକୁ ଅଣଦେଖା କରାଯାଇଥିବାରୁ ଲୋକମାନେ ଜମଯନ୍ତ୍ରଣା ଭୋଗ କରୁଛନ୍ତି । ଉକ୍ତ ରାସ୍ତା ସତେ ଯେମିତି ମରଣଯନ୍ତା ପାଲଟିଛି । ଏପରିକି କିଛିଦିନ ତଳେ ରଜିଆ ନିକଟରେ ଗୋଟିଏ ପରିବାରର ତିନି ଜଣ ଲୋକଙ୍କ ଦୁର୍ଘଟଣାରେ ସଲିଳ ସମାଧି ଘଟିଥିଲା । ତଥାପି ଜାତୀୟ ରାଜପଥ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ତୁରନ୍ତ ଏ ଦିଗରେ ଉକ୍ତ ରାସ୍ତା ପ୍ରତି ଦୃଷ୍ଟିଦେବାକୁ ଦାବୀ ହୋଇଛି । ସୂଚନାରୁ ଜଣାପଡିଛି ବର୍ଷା ଦିନ ପୂର୍ବରୁ ସଠିକ ସମୟରେ ରାସ୍ତା ମରାମତି ହୋଇନଥିବାରୁ ବର୍ତ୍ତମାନ ଚମ୍ପୁଆ, ରାମଲା, ନୂଆଗାଁ, କଞ୍ଚନପୁର, ରଜିଆ, ପତଳା, କାଳିକାପ୍ରସାଦ, ରିମୁଳି ଆଦି ବିଭିନ୍ନ ଜାଗାରେ ଜାତୀୟ ରାଜପଥଟି ଭାଙ୍ଗି ରୁଜି ଯାଇଛି । ଯାହାଫଳରେ ପଥଚାରୀ ତଥା ମୋଟର ସାଇକଲ ଓ ଛୋଟ ଯାନବାହାନ ଯାତାୟାତରେ ଅସୁବିଧା ଭୋଗ କରୁଛନ୍ତି । ମାତ୍ର ଏଥିପ୍ରତି କାହାର ନିଘା ନାହିଁ । ଏହି ରାସ୍ତା ଖରାପ ଯୋଗୁଁ ବହୁ ସମୟରେ ବହୁ ଲୋକ ଦୁର୍ଘଟଣା ଘଟି ଅକାଳରେ ପ୍ରାଣ ହରାଉଛନ୍ତି । ଏତଦବ୍ୟତୀତ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଅଙ୍ଗହାନୀ ଘଟିଥିବା ନଜରକୁ ଆସିଛି । ଏତଦବ୍ୟତୀତ ଗତବର୍ଷ ଜାତୀୟ ରାଜପଥ ବିଭାଗ ରାସ୍ତା କଡରେ (ବର୍ମ ଲାଇନରେ) ମୋରମ ବଦଳରେ ମାଟି ତକ ଢାଳିଥିବାରୁ ଏବେ ମଧ୍ୟ ସାମାନ୍ୟ ବର୍ଷା ହେଲେ ରାସ୍ତାର ଉଭୟ ପାର୍ଶ୍ୱ କାଦୁଅରେ ଭର୍ତ୍ତି ହୋଇଯାଉଛି । ରାସ୍ତା ଉପରେ ପ୍ରବେଶ ନିଷେଧ ହ୍ରାସ ହେଲାପରେ ଟ୍ରଲର ଗୁଡିକ ରାସ୍ତାରେ ଗଲାବେଳେ ପଥଚାରୀ ପ୍ରମାଦ ଗଣୁଛନ୍ତି । କୌଣସି ମୂହୁର୍ତ୍ତରେ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ । ବର୍ତ୍ତମାନ ଅଗଷ୍ଟ ଦ୍ୱିତୀୟ ସପ୍ତାହ ଛୁଇଁଲାଣି । ମାତ୍ର ବିଭାଗ ପକ୍ଷରୁ ମରାମତିର ନାଁଗନ୍ଧ ନାହିଁ । ବିଭାଗ ପକ୍ଷରୁ ଅନ୍ତତଃ ପକ୍ଷେ ଗର୍ତ୍ତ ସ୍ଥାନମାନଙ୍କରେ କଂକ୍ରିଟ ବା ପିଚୁ ଢାଳି ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ଚମ୍ପୁଆ ରିମୁଳି ଜାତୀୟ ରାଜପଥ ନଂ୨୦ ରାସ୍ତାର ମରାମତି କରିବାକୁ ସାଧାରଣରେ ଦୃଢ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande