
ଝାରସୁଗୁଡ଼ା, ୧୧ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲେଜ) ର ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରିୟଙ୍କା ରାଉତ(୧୭)ଙ୍କ ସୋମବାର ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି l ସେ ହଠାତ୍ କୌଣସି ଏକ ମସ୍ତିଷ୍କ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି l ଛାତ୍ରୀ ଜଣକ କୋଲାବିରା ପଞ୍ଚାୟତ ତରେଇକେଲା ଗ୍ରାମର ସୌକିଲାଲ ରାଉତଙ୍କ ଝିଅ ଅଟନ୍ତି l ଛାତ୍ରୀଙ୍କ ଅକାଳ ବିୟୋଗରେ ତରେଇ କେଲା ଗ୍ରାମ ସହ କଲେଜରେ ଗଭୀର ଶୋକ ପ୍ରକାଶ ପାଇଛି l ମଙ୍ଗଳବାର କଲେଜ ଅଧ୍ୟକ୍ଷା ଶୋଭାରାଣୀ ସିଂ ଙ୍କ ସଭାପତିତ୍ବରେ କଲେଜ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ସ୍ୱର୍ଗତ ଛାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅମର ଆତ୍ମାର ସଦଗତି କାମନା କରି୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥଲା l
ଅନୁଷ୍ଠିତ ଶୋକସଭାରେ ଅଧ୍ୟାପିକା ଭାରତୀ ପଟେଲ, ଅଧ୍ୟାପକ ପ୍ରଦୀପ ମିଶ୍ର, ମାନସ ପୁରୋହିତ, ସୁନିଲ ହୋତା, ପ୍ରଦୀପ ସାହୁ, ତପନ ସାହୁ, ସୁମିତ୍ରା ନାଏକ, ଡୋମିନିକା ଲାକ୍ରା, ମାମାଲି ମାହାନା, ସୁଷମା ପାଣ୍ଡେ, ଅଣଶିକ୍ଷକ କର୍ମଚାରୀ ରାମ ସାହୁ, ଗୋବିନ୍ଦ ବୁଦୁଲା, ମିଥିଳା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ