ଏମଭି-୧୦୪ ଗ୍ରାମ ପୋଖରୀରେ କୁମ୍ଭୀର
ମାଲକାନଗିରି , ୧୧ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗ ଅନ୍ତର୍ଗତ ଚିତାପାରି-୩ ପଂଚାୟତର ଏମଭି-୧୦୪ ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ ବଡ଼ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲି ସକାଳେ ଶ୍ରୀ ମହାନନ୍ଦଙ୍କୁ ଦେଖି
ଏମଭି-୧୦୪ ଗ୍ରାମ  ପୋଖରୀରେ   କୁମ୍ଭୀର


ମାଲକାନଗିରି , ୧୧ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗ ଅନ୍ତର୍ଗତ ଚିତାପାରି-୩ ପଂଚାୟତର ଏମଭି-୧୦୪ ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ ବଡ଼ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲି ସକାଳେ ଶ୍ରୀ ମହାନନ୍ଦଙ୍କୁ ଦେଖି କୁମ୍ଭୀରଟି ତୁରନ୍ତ ପୋଖରୀ ଭିତରକୁ ପଶିଯାଇଥିଲା।

ଘଟଣା ସମ୍ପର୍କରେ ମହାନନ୍ଦଙ୍କ ଭାଇ ନିତ୍ୟାନନ୍ଦ ମଣ୍ଡଳ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ମାଲକାନଗିରିରୁ ବନ ବିଭାଗର ରାପିଡ୍ ରେସ୍ତୋନ୍ସ ଟିମ୍ ଗ୍ରାମରେ ପହଂଚି କୁମ୍ଭୀରକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭକରିଥିଲା । ଟିମ୍ ପକ୍ଷରୁ କୁମ୍ଭାରକୁ ଧରିବା ପାଇଁ ଜାଲ ପକାଯାଇଥିଲେ ମଧ୍ୟ କୁମ୍ଭାରଟି ବଡ଼ ହୋଇଥିବାରୁ ବିଭାଗ ନିକଟରେ ଥିବା ଜାଲ ଏଥିପାଇଁ ଉପଯୁକ୍ତ ହୋଇନଥିଲା। ଅଧିକ କ୍ଷମତାସମ୍ପନ୍ନ ଜାଲ ଆଣି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ରାପିଡ୍ ରେସ୍ପୋନ୍ସ ଟିମ୍ ମୁଖ୍ୟ ସମୀର ଜେନା, କୈଳାଶ ମହାରଣାଙ୍କ ସମେତ ଟିମ୍ ସଦସ୍ୟମାନେ କୁମ୍ଭୀରକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଜାରିରଖୀଛନ୍ତି ଓ ଖବର ପାଇ ସ୍ଥାନୀୟ ଫରେଷ୍ଟ ଗାର୍ଡ ଜସ୍ମୀନ ସ୍ୱାଇଁ ଘଟଣାସ୍ଥଳରେ ପହଂଚିଥିଲେ । ମହାନନ୍ଦ ମଣ୍ଡଳଙ୍କ କହିବା ଅନୁଯାୟୀ ଏହି କୁମ୍ଭୀରଟି ତାଙ୍କ ପୋଖରୀରେ ଥିବା ୯୦ରୁ ଅଧିକ ହଂସ ଖାଇଦେଇଥିବା ବେଳେ ପୋଖରୀରେ ଛଡ଼ାଯାଇଥିବା ପ୍ରାୟ ୫ କ୍ୱିଂଟାଲ ମାଛ ମଧ୍ୟରୁ ବହୁ ମାଛ ଖାଇଦେଇଛି।

ଏନେଇ ରାପିଡ୍ ରେସ୍ୱେନ୍ସ ଟିମ୍ ମୁଖ୍ୟ ସମୀର ଜେନାଙ୍କୁ ପଚାରିବାରୁ ପୋଖରୀରେ କୁମ୍ଭୀର ରହିଥିବା ଘଟଣାକୁ ସେ ସ୍ୱୀକାର କରିଥିଲେ। ବାଲିମେଳା ରେଞ୍ଜର ଲିସ୍ମିତା କଂହରଙ୍କୁ ପଚାରିବାରୁ ରାପିଡ୍ ରେସ୍ପୋନ୍ସ ଟିମ୍ ପକ୍ଷରୁ କୁମ୍ଭୀର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ଏହି ପୋଖରୀ ନିକଟ ଦେଇ ଏକ ବଡ଼ ନାଳ ଯାଇଛି । ଯାହା ନିକଟସ୍ଥ ନଦୀରେ ମିଶିଛି । ତେଣୁ ନଦୀରୁ ହିଁ ଖାଦ୍ୟ ଅନ୍ୱେଷଣରେ କୁମ୍ଭୀରଟି ପୋଖରୀ ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଗ୍ରାମବାସୀ ସୁରକ୍ଷା ଦୃଷ୍ଟିରୁ ପୋଖରୀ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande