ମହିଳା ଚାଷୀଙ୍କୁ ନଡ଼ିଆ ଚାରା ବଂଟନ
କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – ଚିତ୍ରୋତ୍ପଳା ମହିଳା ବହୁମୁଖି ସମବାୟ ସମିତି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ମହାକାଳପଡ଼ା ବ୍ଲକ ସମେତ ଜଗତସିଂହପୁର ଜିଲ୍ଲାର ତ୍ରି୍ତୋଲ କୁଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ମହିଳା ଚାଷୀ ମାନଙ୍କୁ ନଡ଼ିଆ ଚାରା ବଂଟନ କରାଯାଇଛି ! ମହିଳା ସମବାୟ ସମିତିର ସ
ମହିଳା ଚାଷୀଙ୍କୁ ନଡ଼ିଆ ଚାରା ବଣ୍ଟନ


କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – ଚିତ୍ରୋତ୍ପଳା ମହିଳା ବହୁମୁଖି ସମବାୟ ସମିତି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ମହାକାଳପଡ଼ା ବ୍ଲକ ସମେତ ଜଗତସିଂହପୁର ଜିଲ୍ଲାର ତ୍ରି୍ତୋଲ କୁଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ମହିଳା ଚାଷୀ ମାନଙ୍କୁ ନଡ଼ିଆ ଚାରା ବଂଟନ କରାଯାଇଛି ! ମହିଳା ସମବାୟ ସମିତିର ସଭାପତି ଉଷାରାଣୀ ମିଶ୍ରଙ୍କ ନେତୃତ୍ୱରେ ୪ ସହରୁ ଉର୍ଦ୍ଧ ମହିଳାଙ୍କୁ ଉତମ କିସମର ନଡ଼ିଆ ଚାରା ସମେତ ଆମ୍ବ ପିଜୁଳି ଲେମ୍ବୁ ପଣସ ଲିମ୍ବ ଆଦି ଚାରା ମାଗଣାରେ ବଣ୍ଟନ କରାଯାଇଛି! ପରିବେଷଣ ସୁରକ୍ଷା ପାଇଁ ସମସ୍ତେ ବୃକ୍ଷ ରୋପଣ କରିବା ସହ ଉକ୍ତ ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ମହିଳା ସମବାୟ ସମିତି ପକ୍ଷରୁ ମହିଳା ଚାଷୀ ମାନଙ୍କୁ ସଚେତନତା କରାଯାଇଛି! ବିଶେଷ କରି ପାରାଦ୍ୱୀପ ଶିଳ୍ପ ଅଂଚଳର ପ୍ରଭାବରେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ଗାଁରେ ଥିବା ନଡ଼ିଆ ଗଛ ସମେତ ବିଭିନ୍ନ ବୃକ୍ଷରେ ପୂର୍ବପରି ଫଳ ହେଉନାହିଁ ! ଯାହାପାଇଁ ଚାଷୀ ମାନଙ୍କ ମଧ୍ୟରେ ଚିନ୍ତାକାରଣ ପାଲଟିଥିବା ବେଳେ ନଡ଼ିଆ ଚାଷର ବିକାଶ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ମାତ୍ର ଚିତ୍ରୋତ୍ପଳା ମହିଳା ବହୁମୁଖୀ ସମବାୟ ସମିତିର ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି! ଏହି ବୃକ୍ଷରୋପଣ ଉତ୍ସବରେ ସମିତିର ସମ୍ପାଦିକା ଦୀପ୍ତି ମୟୀ ରଥ ସାମାଜିକ କର୍ମୀ ଅଙ୍କିତା ମିଶ୍ର ଆଇନଯିବି ସତ୍ୟଭାମା ମହାପାତ୍ର ପରିବେଷଣବିତ ମେନେକା ପଟ୍ଟନାୟକ କାଦମ୍ବିନୀ ମହାନ୍ତି ପ୍ରମୁଖ ମହିଳା ଚାଷୀ ମାନଙ୍କୁ ସଚେତନ କରାଇବା ସହ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ!

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande