ବଙ୍ଗଳାରେ ସଂଗଠିତ ଅପରାଧ ସହ ଜଡ଼ିତ ମାମଲାଗୁଡ଼ିକର ବିବରଣୀ ସଂଗ୍ରହ କରୁଛି ଇଡି, ପିଏମଏଲଏ ଅଧୀନରେ ତଦନ୍ତ ପାଇଁ ପ୍ରସ୍ତୁତି
କୋଲକାତା, ୧୧ ଅଗଷ୍ଟ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ପୁଲିସଠାରୁ ସେହି ମାମଲାଗୁଡ଼ିକର ବିବରଣୀ ସଂଗ୍ରହ କରିବା ଆରମ୍ଭ କରିଛି, ଯେଉଁଥିରେ ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅଧୀନରେ ତଦନ୍ତର ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ରାଜ୍ୟରେ ପୂର୍ବତନ ମମତା ବାନାର୍ଜୀ ସରକାର
ବଙ୍ଗଳାରେ ସଂଗଠିତ ଅପରାଧ ସହ ଜଡ଼ିତ ମାମଲାଗୁଡ଼ିକର ବିବରଣୀ ସଂଗ୍ରହ କରୁଛି ଇଡି, ପିଏମଏଲଏ ଅଧୀନରେ ତଦନ୍ତ ପାଇଁ ପ୍ରସ୍ତୁତି


କୋଲକାତା, ୧୧ ଅଗଷ୍ଟ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ପୁଲିସଠାରୁ ସେହି ମାମଲାଗୁଡ଼ିକର ବିବରଣୀ ସଂଗ୍ରହ କରିବା ଆରମ୍ଭ କରିଛି, ଯେଉଁଥିରେ ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅଧୀନରେ ତଦନ୍ତର ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ରାଜ୍ୟରେ ପୂର୍ବତନ ମମତା ବାନାର୍ଜୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ସଂଗଠିତ ଅପରାଧ ସହ ଜଡ଼ିତ ଅନେକ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିଲା, କିନ୍ତୁ ଏଥିରୁ ଅନେକ ମାମଲାରେ ପରବର୍ତୀ ତଦନ୍ତରେ ଆଶାନୁରୂପ ଅଗ୍ରଗତି ହୋଇନଥିଲା।

ସୂତ୍ରଙ୍କ କହିବା ଅନୁସାରେ, ଏହି ମାମଲାଗୁଡ଼ିକରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆଗକୁ ନବଢ଼ିବା କାରଣରୁ ସଂଗଠିତ ଅପରାଧରେ ହୋଇଥିବା ଆର୍ôଥକ କାରବାର ଏବଂ ଧନର ଉତ୍ସ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିପାରିନଥିଲା। ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଅନେକ ମାମଲାରେ ଇଡି ପକ୍ଷରୁ ସୂଚନା ମଗାଯାଇଥିଲେ ମଧ୍ୟ ତାଙ୍କୁ ବିସ୍ତୃତ ବିବରଣୀ ଉପଲବ୍ଧ କରାଯାଇନଥିଲା। ଏବେ ରାଜ୍ୟ ସରକାର ଇଡି ପକ୍ଷରୁ ମଗାଯିବାକୁ ଥିବା ଏପରି ସୂଚନା ସେୟାର କରିବାକୁ ନିଷ୍ପତି ନେଇଛି, ଯାହାଦ୍ୱାରା ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପିଏମଏଲଏ ଅଧୀନରେ ନିଜର ତଦନ୍ତ ଆରମ୍ଭ କରିପାରିବ।

ପ୍ରାରମ୍ଭିକ ସ୍ତରରେ ଇଡି ସଂଗଠିତ ଅପରାଧର କିଛି ଏପରି କ୍ଷେତ୍ର ଚିହ୍ନଟ କରିଛି, ଯେଉଁଥିରେ ପିଏମଏଲଏ ଅଧୀନରେ ତଦନ୍ତର ଅଧିକ ସମ୍ଭାବନା ରହିଛି। ଏଥିରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ, ମାନବ ଚୋରାଚାଲାଣ, ମାଦକଦ୍ରବ୍ୟ ଚୋରାଚାଲାଣ ଏବଂ ସାଇବର ଅପରାଧ ପ୍ରମୁଖ। ଏହି ଅପରାଧଗୁଡ଼ିକୁ ପିଏମଏଲଏ ସହ ଜଡ଼ିତ ଅନୁସୂଚିତ ଅପରାଧର ଶ୍ରେଣୀରେ ରଖାଯାଇଛି। କେନ୍ଦ୍ରୀୟ ଏଜେନ୍ସି ଏବେ ଏପରି ମାମଲାଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯେଉଁଥିରେ ଥାନାରେ ଏଫଆଇଆର ରୁଜୁ ହୋଇଥିଲେ ମଧ୍ୟ ପରବର୍ତୀ ସ୍ତରରେ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନଥିଲା।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande