
ଝାରସୁଗୁଡ଼ା, ୧୧ ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କୁଲିହାମାଲ ଖେଳ ପଡ଼ିଆ ରେ ଲିଗ କମ୍ ନକଆଉଟ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ନୂଆଁଖାଇ ଉପଲକ୍ଷେ ୧୬ ଟି ଦଳକୁ ନେଇ ଦେଢ଼ ମାସ ଧରି ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଂଟର ଉଦଘାଟନୀ ଉତ୍ସବରେ କୁଲିହାମାଲ ଗ୍ରାମ୍ୟ କମିଟି ସଭାପତି ସୌରେନ୍ଦ୍ର ନାୟକ, ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ଲକ୍ଷ୍ମଣ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଖିତିଚଦ୍ର ନାଏକ ଆଇଟିବିପି ଯବାନ ପୁରୁଷୋତମ କିସାନ ଓ ସମାଜସେବୀ ଯୁଧିଷ୍ଠିର ଯୋଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ୍ ରେ ଏସ ଜି ବ୍ରଦର ୩-୦ ଗୋଳ ରେ ବ୍ଲାକ ପାନ୍ଥର କୁ ପରାସ୍ତ କରିଥିଲା । ଖେଳକୁ ରେଫରି ରାଜକୁମାର ମଣ୍ଡଳ, ଲେନିନ ପଟେଲ, ଲକ୍ଷ୍ମଣ କିସାନ ଓ ସାଗର ନାଏକ ଖେଳ ପରିଚାଳନା କରିଥିଲେ । ଏଥିରେ ଆୟୋଜକ ଜ୍ୟୋତି ୧୧ କ୍ଲବ୍ ର ମୁଖ୍ୟ ପରାମର୍ଶଦାତା ନୀଳ ନାଏକ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
-----------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ