ଘରୋଇ ବିଦ୍ୟୁତ ତାର ସଂସ୍ପର୍ଶରେ ଭଉଣୀ ମୃତ, ଭାଇ ଗୁରୁତର
କୋରେଇ, ୧୧ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର ଶାଳବା ଗ୍ରାମରେ ଆଜି ଅପରାହ୍ନରେ ବିଦ୍ୟୁତ ତାର ଲାଗି ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ ପାଣିକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିନ ଶଳବା ଗ
ଘରୋଇ ବିଦ୍ୟୁତ ତାର ସଂସ୍ପର୍ଶରେ ଭଉଣୀ ମୃତ, ଭାଇ ଗୁରୁତର


କୋରେଇ, ୧୧ ଅଗଷ୍ଟ(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଂଚାୟତର ଶାଳବା ଗ୍ରାମରେ ଆଜି ଅପରାହ୍ନରେ ବିଦ୍ୟୁତ ତାର ଲାଗି ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରକାଶ ଯେ ପାଣିକୋଇଲି ବିଦ୍ୟୁତ ଉପଖଣ୍ଡ ଅଧିନ ଶଳବା ଗ୍ରାମର ସ୍ୱର୍ଗତ ଚିନ୍ତାମଣି ନାୟକଙ୍କ ପୁଅ ଅନନ୍ତ ନାୟକ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ନେଇଥିଲେ । ନିକଟସ୍ଥ ଅନ୍ୟ ଏକ ଘରକୁ ଗ୍ରୀଲ ଦେଇ ତାର ଟାଣିଥିଲେ । ମାତ୍ର ତାରରେ ଲିକ ଥିବାରୁ ଗ୍ରୀଲ ଚାର୍ଯ୍ୟ ହୋଇଥିଲା । ଏହା ଜାଣିନପାରି ଅନନ୍ତ ନାୟକ ଓ ତାର ଭଉଣୀ ଦୂତି ନାୟକ ଗ୍ରୀଲ ଧରିବାରୁ କରେଂଟ ଲାଗିଥିଲା । ବିଦ୍ୟୁତ ସଂସ୍ପର୍ଶରେ ଆସି ଭାଇ ଭଉଣୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଯାଜପୁର ମୁଖ୍ୟାଳୟରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ଦୂତି(୨୦)ର ମୃତ୍ୟୁ ହୋଇଥିବାବେଳେ ଅନନ୍ତ(୪୨)ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଆଉ କିଛି ଅଘଟଣକୁ ଏଡାଇବା ପାଇଁ ଘରର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande