
ଜୟପୁର, ୧୧ ଅଗଷ୍ଟ (ହି.ସ.)- ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ ବନୁଗୁଡାର ନିଶାନ୍ତ ହରିଜନ (୨୨) । ପୋଲିସ ସୂଚନା ଅନୁଯାୟୀ, ଜଣେ ବିବାହିତା ମହିଳା ଯାହାଙ୍କର ୨ଟି ସନ୍ତାନ ଅଛନ୍ତିା ତାଙ୍କ ସ୍ୱାମୀ ସହ ତାଙ୍କ ମତାନ୍ତର ରହିଛି । ଉକ୍ତ ବିବାହିତ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ନେଇ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭତ୍ତି କରି ପୋଲିସ ୧୧୮/ ୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ମହିଳା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି