ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ
ବଲାଙ୍ଗିର, 11 ଅଗଷ୍ଟ (ହି.ସ.) ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ବଲାଙ୍ଗୀର ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି।ବଲାଙ୍ଗୀର ଜ
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।


ବଲାଙ୍ଗିର, 11 ଅଗଷ୍ଟ (ହି.ସ.) ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ବଲାଙ୍ଗୀର ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି।ବଲାଙ୍ଗୀର ଜିଲ୍ଲା ର ଶିଶୁ ଯତ୍ନ ଅନୁଷ୍ଠାନ ଆଦୃତ ଚିଲ୍ଡରେନ ହୋମ,ଧୂମାମରା,ପର୍ବତିଗି ବାଲ୍ ନିକେତନ ,ପଥରଚେପା,ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଳି,ଉତ୍କଳ ବାଳାଶ୍ରମ, ଶିଶୁ ହେଲ୍ପ ଡେସ୍କ,ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମୀ,ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଏହି ତାଲିମ କାର୍ଯକ୍ରମରେ ସି ଆର୍ ଏସ୍ ର ମନୋରଞ୍ଜନ ଦାସ,ଶିଶୁ ମଙ୍ଗଳ ସମିତିର ଏସ୍ ଲତାଶ୍ରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସୁରକ୍ଷା ଅଧିକାରୀ ସୁଜାତା ଦୋରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ଓ ମନୋ ସାମାଜିକ ଅଧିକାରୀ ସୁଶ୍ରୀ ଶ୍ରାବଣୀ କାଲସାଇ,ମଳୟ କୁମାର ନାଗ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ କାର୍ଯକ୍ରମ ସମ୍ପର୍କରେ ଜଣାଇ ଥିଲେ।ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା ଅତିଥି ଓ ଅଂଶଗ୍ରହଣକାରି ମାନଙ୍କୁ ସ୍ୱାଗତ ଜଣାଇ ତାଲିମ କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ଏହି ତାଲିମ କାର୍ଯକ୍ରମ କୁ ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସଂଯୋଜନା କରିଥିଲେ।ତାଲିମ ଦାତ୍ରୀ ଭାବେ ସୌମ୍ୟା ଏସ ମହାପାତ୍ର ତାଲିମ ପ୍ରଦାନ କରିଥିଲେ।ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ସହାୟତା,ମାନସିକ ଆଘାତର ପ୍ରଭାବ,ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ପ୍ରାଥମିକ ଚିକିତ୍ସା,ସଙ୍କଟ ଗ୍ରସ୍ତ ଶିଶୁ ମାନଙ୍କ ପାଇଁ ସମ୍ବେଦନଶୀଳ ବ୍ୟବହାର, କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ପୁଙ୍ଖାନା ପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋଗ୍ରାମ ଅଫିସର ସୁଧାଂଶୁ ଶେଖର କୁମ୍ଭାର, ଆଶିଷ ନାଏକ୍, ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର, ହରିବନ୍ଧୁ ରାଉତ୍, ଡଲି ବେହେରା,ଚାଇଲ୍ଡ ହେଲ୍ପ ଲାଇନ୍ ର ସୁଦନ ଖମାରୀ,ଶ୍ରଦ୍ଧାଞ୍ଜଳି ସିଂ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଜିଲ୍ଲା ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande