
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ୧୬ତମ ହକି ଇଣ୍ଡିଆ କନିଷ୍ଠ ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬ରେ ଚାମ୍ପିୟନ ହୋଇଥିବା ଓଡ଼ିଶା ହକି ଦଳକୁ ଆଜି କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଦିଆଯାଇଛି।
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଚାମ୍ପିୟନ ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ। ଓଡ଼ିଶାର କନିଷ୍ଠ ହକି ଖେଳାଳିମାନଙ୍କ ଏହି ସଫଳତା ରାଜ୍ୟର କ୍ରୀଡ଼ା କ୍ଷେତ୍ର ପାଇଁ ଗୌରବର ବିଷୟ ବୋଲି ସେ କହିଥିଲେ।
ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ଡ. ୟେଦୁଲା ବିଜୟଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ହକି ସଂଘର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ