
ନୂଆଦିଲ୍ଲୀ, ୧୧ ଅଗଷ୍ଟ(ହି.ସ.) – ସମବାୟ ସମିତିକୁ ସିଧାସଳଖ ଋଣ ଏବଂ ଅନୁଦାନ ଦେବା ପାଇଁ ଜାତୀୟ ସମବାୟ ବିକାଶ ନିଗମ(ଏନ୍ସିଡିସି)ର ଅଧିକାର କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ଏକ ବିଲ୍ ମଙ୍ଗଳବାର ଦିନ ଲୋକସଭାରେ ବିନା କୌଣସି ଆଲୋଚନାରେ ପାରିତ ହୋଇଛି।
ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଆଜି ଜାତୀୟ ସମବାୟ ବିକାଶ ନିଗମ(ସଂଶୋଧନ) ବିଲ୍, ୨୦୨୬କୁ ବିଚାର ଏବଂ ପାସ୍ ପାଇଁ ଆଗତ କରିଛନ୍ତି। ଏନ୍.ସି.ଡି.ସି. ହେଉଛି ସମବାୟ ମନ୍ତ୍ରଣାଳୟ ଅଧିନରେ ଥିବା ଏକ ବୈଧାନିକ ସଙ୍ଗଠନ। ଜାତୀୟ ସମବାୟ ବିକାଶ ନିଗମ ଅଧିନିୟମ, ୧୯୬୨ ଅଧୀନରେ ୧୯୬୩ ମସିହାରେ ଏନ୍.ସି.ଡି.ସି. ପ୍ରତିଷ୍ଠା କରାଯାଇଥିଲା।
ଏହି ବିଲ୍ ବିଷୟରେ ମନ୍ତ୍ରୀ ମୁରଲୀଧର ମୋହୋଲ କହିଛନ୍ତି ଯେ ସମବାୟ ସମିତି କିମ୍ବା ସମବାୟ କ୍ଷେତ୍ରର ବିକାଶ ସମ୍ବନ୍ଧୀୟ ଯୋଗ୍ୟ ଅନୁଷ୍ଠାନଗୁଡ଼ିକୁ ଆବଶ୍ୟକ ସୁରକ୍ଷା ନେଇ ସିଧାସଳଖ ଋଣ ଏବଂ ଅନୁଦାନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ, କୁଟୀର ଶିଳ୍ପ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ସମବାୟ ସଂସ୍ଥାଗୁଡ଼ିକୁ ମଧ୍ୟ ଆର୍ôଥକ ସହାୟତା ପାଇଁ ସୁଯୋଗ ମିଳିବ। କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ସହିତ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ସେୟାର ପୁଞ୍ଜିରେ ଅଂଶଗ୍ରହଣ ପାଇଁ ଏକ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହି ବିଲ୍ରେ ସରକାରଙ୍କ ତରଫରୁ କୌଣସି ଅତିରିକ୍ତ ବଜେଟ୍ ସହାୟତାର ପ୍ରସ୍ତାବ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଏନ୍.ସି.ଡି.ସି.ର ବର୍ତର୍ମାନର ବୈଧାନିକ ଏବଂ ଆର୍ôଥକ ପରିସରକୁ ସମ୍ପ୍ରସାରିତ କରିବା।
ସେ ଦର୍ଶାଇଥିଲେ ଯେ ବର୍ତମାନର ବ୍ୟବସ୍ଥା କାରଣରୁ, ଏନ୍.ସି.ଡି.ସି. ସମବାୟ କ୍ଷେତ୍ରର ବିକାଶରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ପ୍ରତ୍ୟକ୍ଷ ଆର୍ôଥକ ସହାୟତା ପ୍ରଦାନ କରିବାରେ ସକ୍ଷମ ହୋଇପାରି ନାହିଁ, କିନ୍ତୁ ସମବାୟ ସମିତି ଭାବେ ପଞ୍ଜୀକୃତ ହୋଇନାହିଁ। ଏଭଳି ଅନେକ ପ୍ରସ୍ତାବ ରାଜ୍ୟ ସରକାର କିମ୍ବା ସମବାୟ ସମିତି ମାଧ୍ୟମରେ ପଠାଇବାକୁ ପଡ଼ିଥାଏ, ଯାହାଦ୍ୱାରା ପ୍ରକ୍ରିୟାରେ ବିଳମ୍ବ ହୋଇଥାଏ ଏବଂ ସହାୟତାର ପରିସର ସୀମିତ ହୋଇଥାଏ। ପ୍ରସ୍ତାବିତ ଏନ୍ସିଡିସି ସଂଶୋଧନ ବିଲ୍, ୨୦୨୬, ଏହି ପରିସ୍ଥିତିକୁ ପରିବର୍ତନ କରିବାକୁ ଚାହୁଁଛି।
ମୋହୋଲ କହିଛନ୍ତି ଯେ ପ୍ରସ୍ତାବିତ ବିଲ୍ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କିଙ୍ଗ କମ୍ପାନୀ ଏବଂ ବିଜ୍ଞାପିତ ଆର୍ôଥକ ଅନୁଷ୍ଠାନ ସହିତ କ୍ରେଡିଟ୍ ସୂଚନା ବିନିମୟ କରିବାକୁ ଧାରା ୧୩ଏ ଅନୁଯାୟୀ ଏନ୍ସିଡିସିକୁ ସଶକ୍ତ କରିବାକୁ ଚାହୁଁଛି। ଆହୁରି, ଅପ୍ରାସଙ୍ଗିକ ବ୍ୟବସ୍ଥାଗୁଡ଼ିକୁ ହଟାଇବା ଏବଂ ପ୍ରାସଙ୍ଗିକ ଆଇନ୍ର ସାମ୍ପ୍ରତିକ ସନ୍ଦର୍ଭଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି