ପୁନର୍ବାସରେ ସ୍ୱତନ୍ତ୍ର ଶିଶୁ ହିତାଧିକାରୀ ଅଭିଭାବକଙ୍କ ବୈଠକ
କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – ପୁନର୍ବାସର ବିଭିନ୍ନ ପ୍ରକଳ୍ପରେ ଥେରାପି ସେବା ଗ୍ରହଣ କରିଥିବା ସ୍ୱତନ୍ତ୍ର ଶିଶୁହିତାଧିକାରୀ ଅଭିଭାବକଙ୍କ ବୈଠକ ମାଧପୁରସ୍ଥିତ ଥେରାପି ସେଂଟର ଫର୍ ଚିଲ୍ଡ୍ରେନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହ
ପୁନର୍ବାସରେ ସ୍ୱତନ୍ତ୍ର ଶିଶୁ ହିତାଧିକାରୀ ଅଭିଭାବକଙ୍କ ବୈଠକ


କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – ପୁନର୍ବାସର ବିଭିନ୍ନ ପ୍ରକଳ୍ପରେ ଥେରାପି ସେବା ଗ୍ରହଣ କରିଥିବା ସ୍ୱତନ୍ତ୍ର ଶିଶୁହିତାଧିକାରୀ ଅଭିଭାବକଙ୍କ ବୈଠକ ମାଧପୁରସ୍ଥିତ ଥେରାପି ସେଂଟର ଫର୍ ଚିଲ୍ଡ୍ରେନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ସହସମ୍ପାଦକ ବଂଶୀଧର ମହାନ୍ତି ଏବଂ କୋଷାଧ୍ୟକ୍ଷ ଶିବ ଚରଣ ସାମଲ ପ୍ରମୁଖ କାର୍ୟ୍ୟକାରୀ କମିଟିର ସଦସ୍ୟ ଅଭିଭାବକମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ଅଭିଜ୍ଞତା ଓ ପରାମର୍ଶଗୁଡ଼ିକୁ ଶୁଣିଥିଲେ। ଅଭିଭାବକମାନଙ୍କ ପକ୍ଷରୁ ପାର୍ଟ-ଟାଇମ୍ ସପ୍ତାହାନ୍ତ ବ୍ୟବସ୍ଥା ପରିବର୍ତେ ଜଣେ ପୂର୍ଣ୍ଣକାଳୀନ ସ୍ପିଚ୍ ଥେରାପିଷ୍ଟ ନିଯୁକ୍ତ କରିବା ପାଇଁ ସମ୍ମିଳିତ ଭାବେ ଅନୁରୋଧ କରିଥିଲେ। ଏହି ଅବସରରେ ପୁନର୍ବାସ କାର୍ୟ୍ୟନିର୍ବାହୀ ପରିଷଦର ସଦସ୍ୟ ଏ ଦିଗରେ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଅଧିବେଶନଟିକୁ ଫିଜିଓଥେରାପିଷ୍ଟ ମିସ୍ କୀର୍ତି ଦାଶ ଏବଂ ପ୍ରକଳ୍ପ-୨ର ଦାୟିତ୍ୱରେ ଥିବା ପ୍ରୋଜେକ୍ଟ ସୁପରଭାଇଜର୍ କେଦାରନାଥ ବାରିକଙ୍କ ଦ୍ୱାରା ସଂଚାଳନା କରାଯାଇଥିଲା। ସେମାନଙ୍କୁ ସିବିଆର୍ ୱାର୍କର୍ ଅଭିଷେକ ଜେନା, ଆକାଉଂଟାଂଟ ପର୍ଶୁରାମ ତ୍ରିପାଠୀ, ସିବିଆର୍ ୱାର୍କର୍ ପ୍ରବାତ କୁମାର ସାମଲ, ରଞ୍ଜନ କୁମାର ସ୍ୱାଇଁ ଏବଂ ଧରଣୀଧର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ବୈଠକରେ ଉଭୟ ପ୍ରକଳ୍ପରେ କାର୍ୟ୍ୟରତ ଥେରାପିଷ୍ଟ ଓ ସପୋର୍ଟ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande