ବେଆଇନ ଖଣି ଉତ୍ତୋଳନ ବନ୍ଦ ପାଇଁ ଚଢ଼ାଉ: ଖଣିମନ୍ତ୍ରୀ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଓ ଖଣିଜ ସମ୍ପଦର ଅବୈଧ କାରବାର ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ଖଣି ଚିହ୍ନଟ ହେଲେ ଖଣି ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛ
ବେଆଇନ ଖଣି ଉତ୍ତୋଳନ ବନ୍ଦ ପାଇଁ ଚଢ଼ାଉ: ଖଣିମନ୍ତ୍ରୀ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଓ ଖଣିଜ ସମ୍ପଦର ଅବୈଧ କାରବାର ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବେଆଇନ ଖଣି ଚିହ୍ନଟ ହେଲେ ଖଣି ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

ବିଶେଷକରି ବେଆଇନ ପଥର ଓ ମୋରମ ଖାଦାନ ଉପରେ ବିଭାଗର ନଜର ରହିଛି। ଏଭଳି ଅବୈଧ ଖଣି ଉତ୍ତୋଳନକୁ ବନ୍ଦ କରିବା ପାଇଁ ନିୟମିତ ଭାବେ ଚଢ଼ାଉ ଓ ଯାଞ୍ଚ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବେଆଇନ ଭାବେ ଖଣିଜ ଉତ୍ତୋଳନ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ବେଆଇନ ଖଣି ଉତ୍ତୋଳନ ନେଇ ମାମଲା ରୁଜୁ ହେଉନଥିଲା। ତେବେ ବର୍ତ୍ତମାନ ସରକାର ଏଭଳି ଅନିୟମିତତା ବିରୋଧରେ ଦୃଢ଼ ପଦକ୍ଷେପ ନେଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande