ନୂଆ ସୃଷ୍ଟି ନୂଆ ସମ୍ଭାବନା: ସମ୍ବଲପୁରରେ ବୁଣାକାରଙ୍କ ହାକାଥନ କାର୍ଯ୍ୟକ୍ରମ
ନୂଆ ସୃଷ୍ଟି ନୂଆ ସମ୍ଭାବନା: ସମ୍ବଲପୁରରେ ବୁଣାକାରଙ୍କ ହାକାଥନ କାର୍ଯ୍ୟକ୍ରମ
ନୂଆ ସୃଷ୍ଟି ନୂଆ ସମ୍ଭାବନା: ସମ୍ବଲପୁରରେ ବୁଣାକାରଙ୍କ ହାକାଥନ କାର୍ଯ୍ୟକ୍ରମ


ସମ୍ବଲପୁର,୧୧, ଅଗଷ୍ଟ (ହି.ସ.) ଜାତୀୟ ହସ୍ତତନ୍ତ ଦିବସ ୨୦୨୬ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ, ସମ୍ବଲପୁର ସ୍ଥିତ ଉପନିର୍ଦେଶକ ବୟନଶିଳ୍ପ, ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଏକ ଚୟନ କମିଟି ଦ୍ବାରା ସେମାନଙ୍କର ଅଭିଜ୍ଞତା ଆଧାରରେ ୩୦ ଜଣ ବୁଣାକାରଙ୍କୁ ଚୟନ କରାଯାଇଥିଲା ଏବଂ ତାଙ୍କୁ ୧୦ଟି ଦଳରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାର ଙ୍କ ସହ ବିଭାଗୀୟ କାର୍ଯ୍ୟାଳୟର ଜଣେ ମେଣ୍ଟର ରହିଥୁଲେ । ହାକାଥନ ର ମୁଖ୍ୟ ବିଷୟ ବସ୍ତୁ ଥିଲା ସ୍ବାଧୀନତାର ପ୍ରତୀକ ଭାବରେ ବୁଣାକାର୍ଯ୍ୟର ଏକ ନୂତନ ଡ଼ିଜାଇନ ପ୍ରସ୍ତୁତ କରିବା। ଏଥୁରେ ୧୦ ଟି ଦଳର ବୁଣାକାର ମାନେ ତାଙ୍କର ନିଜସ୍ବ ପ୍ରତିଭାର ଡ଼ିଜାଇନ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ ଦେବଜିତ ନନ୍ଦି ପାରମ୍ପରିକ ପଦ୍ଧତିରେ ନୂତନ ଡ଼ିଜାଇନ ସୃଷ୍ଟିକରି ହସ୍ତତନ୍ତ କୁ ବିଶ୍ବ ଦରବାରରେ ଜନାଦୃତ କରିବାକୁ ଆହ୍ବାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସଂଯୁକ୍ତା କୁଲୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ହାକାଥନ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ କୁ ୧୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିବା ସହ ବିଜୟୀ ଦଳର ୨ ଜଣ ସଦସ୍ୟ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାରୁ ପ୍ରତିନିଧୂ, କରିବେ । ଦ୍ୱିତୀୟ ସ୍ଥାନ ଅଧୁକାର କଳରିଥିବା ଦଳ କୁ ୬ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ କୁ ୩ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ବୟାନ ଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ସ୍ବୀକୃତି ସ୍ବରୂପ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ରାଜେନ୍ଦ୍ର ସିକନ୍ଦର, ବିଚିତ୍ର ମେହେର ଜାତୀୟ ପୁରସ୍କାର ପ୍ରାପ୍ତ ବିଜେତା ବୁଣାକାର ଓ ସାମନ୍ତ ଭୋଇ, ବୟନ ତତ୍ତ୍ବ ଅବଧାରକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶରତଲାଲ ସିଂହ, ଏସ୍ଏଆରସିଏସ , ବୟନ ନିରୀକ୍ଷକ ସୁଦାମ ପଣ୍ଡା ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande