ଆଇଆଇଏମ୍ ଅହମଦାବାଦ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶାର ବିକାଶ ପ୍ରାଥମିକତା,ଷ୍ଟାର୍ଟ ଅପ ଇକୋ ସିଷ୍ଟମ ନେଇ ଆଲୋଚନା
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅହମଦାବାଦସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଭାରତ ଭାସ୍କରଙ୍କ ସମେତ ବରିଷ୍ଠ ଅଧ୍ୟାପକମ
ଆଇଆଇଏମ୍ ଅହମଦାବାଦ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅହମଦାବାଦସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଭାରତ ଭାସ୍କରଙ୍କ ସମେତ ବରିଷ୍ଠ ଅଧ୍ୟାପକମାନଙ୍କ ସହ ଓଡ଼ିଶାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରାଥମିକତା ନେଇ ଆଲୋଚନା କରିଛନ୍ତି।

ପରିଦର୍ଶନ ସମୟରେ ମନ୍ତ୍ରୀ ଆଇଆଇଏମ୍ ଅହମଦାବାଦର ଶିକ୍ଷା ଓ ନବସୃଜନ ପରିବେଶ ସମ୍ପର୍କରେ ଅବଗତ ହେବା ସହ ଅନୁଷ୍ଠାନର ଅଭିଜ୍ଞ ଶିକ୍ଷାବିତ୍‌ମାନଙ୍କ ସହ ଓଡ଼ିଶାର ଉନ୍ନତି ପାଇଁ ସମ୍ଭାବ୍ୟ ଦିଗ ନେଇ ମତ ବିନିମୟ କରିଥିଲେ।

ଏଥିସହ ସେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଅହମଦାବାଦ ଭେଂଚର ଇକୋସିଷ୍ଟମ୍‌ରେ ଥିବା ଯୁବ ପ୍ରତିଭା ଓ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଯୁବ ଉଦ୍ୟୋଗୀମାନଙ୍କର ଉତ୍ସାହ, ନବସୃଜନ ଓ ନୂତନ ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande