21 ଲକ୍ଷଟଙ୍କାରୁ  ଅଧିକ ଅର୍ଥ ହେରଫେର ଅଭିଯୋଗରେ ଆନନ୍ଦପୁର ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ସମବାୟ ସମିତିର ଅର୍ଥ ହେରଫେର ଅଭିଯୋଗରେ ଆନନ୍ଦପୁର ସେବା ସମବାୟ ସମିତି , ବାଙ୍କୀର ପୂର୍ବତନ ସମ୍ପାଦକ ଶରତ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ତାଙ୍କ ବିରୋଧରେ ସମିତିର ୨୧ ଲକ୍ଷ ଟଙ୍କାରୁ ଅଧିକ
21 ଲକ୍ଷଟଙ୍କାରୁ  ଅଧିକ ଅର୍ଥ ହେରଫେର ଅଭିଯୋଗରେ ଆନନ୍ଦପୁର ସେବା ସମବାୟ     ସମିତିର ପୂର୍ବତନ ସମ୍ପାଦକ ଗିରଫ


ଭୁବନେଶ୍ୱର, 11 ଅଗଷ୍ଟ

(ହି.ସ.) ସମବାୟ ସମିତିର ଅର୍ଥ ହେରଫେର ଅଭିଯୋଗରେ ଆନନ୍ଦପୁର ସେବା ସମବାୟ

ସମିତି , ବାଙ୍କୀର

ପୂର୍ବତନ ସମ୍ପାଦକ ଶରତ କୁମାର ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ତାଙ୍କ ବିରୋଧରେ ସମିତିର ୨୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର କରିଥିବା

ଅଭିଯୋଗ ରହିଛି।

ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଶରତ କୁମାର ନାୟକ ପ୍ୟାକ୍ସ ବାଙ୍କୀର ବିଭିନ୍ନ ଋଣଗ୍ରହୀତା

ସଦସ୍ୟଙ୍କଠାରୁ ଋଣ ପରିଶୋଧ ବାବଦ ଅର୍ଥ ସିଧାସଳଖ ସଂଗ୍ରହ କରୁଥିଲେ। ଦୈନିକ ଲେନଦେନ ଖାତା ରେ ପ୍ରକୃତରେ ସଂଗ୍ରହ ହୋଇଥିବା ଅର୍ଥ ଲେଖାଯାଇଥିଲେ

ମଧ୍ୟ, ଅନ୍ୟ

ସରକାରୀ ହିସାବ ରେଜିଷ୍ଟରରେ ସେ ଜାଣିଶୁଣି କମ୍ ପରିମାଣ ଦର୍ଶାଇଥିବା ଭିଜିଲାନ୍ସ ତଦନ୍ତରୁ

ଜଣାପଡ଼ିଛି।

ଅଭିଯୋଗ ଅନୁସାରେ,

ପ୍ରକୃତ ସଂଗ୍ରହ ଠାରୁ କମ୍ ଅର୍ଥ ଦର୍ଶାଇ ଅବଶିଷ୍ଟ ୨୧,୨୮,୦୫୮ ଟଙ୍କା

ବ୍ୟକ୍ତିଗତ ସ୍ୱାର୍ଥରେ ହେରଫେର କରାଯାଇଥିଲା।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୨୯, ତାରିଖ

୧୦.୦୮.୨୦୨୬ରେ ଦୁର୍ନୀତି ନିବାରଣ ଆଇନ,

୨୦୧୮ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗିରଫ ପରେ ଅଭିଯୁକ୍ତ ଶରତ କୁମାର ନାୟକଙ୍କୁ ମଙ୍ଗଳବାର କଟକସ୍ଥିତ ଭିଜିଲାନ୍ସ ସ୍ପେଶାଲ

ଜଜ୍‌ଙ୍କ ଅଦାଲତରେ ହାଜର କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande