ଆଇଡିଏସଏସସି ୨୦୨୬ରେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଜେୟୁଓ ପ୍ରଭାତ ହରିଜନଙ୍କ ଉଲ୍ଲେଖନୀୟ ସଫଳତା
ଜୟପୁର, ୧୧ ଅଗଷ୍ଟ (ହି.ସ.)- ଇଣ୍ଟର ଡାଇରେକ୍ଟୋରେଟ୍ ସ୍ପୋର୍ଟସ୍ ଶୁଟିଂ ଚାମ୍ପିୟନଶିପ୍ ୨୦୨୬ରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ଜେୟୁଓ ପ୍ରଭାତ ହରିଜନ ଓଡ଼ିଶା ଡାଇରେକ୍ଟୋରେଟ୍ ପକ୍ଷରୁ ଅଂଶଗ୍ରହଣ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ୧୫ ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁରର କ୍ୟାଡେ
ଆଇଡିଏସଏସସି ୨୦୨୬ରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଜେୟୁଓ  ପ୍ରଭାତ ହରିଜନଙ୍କ ଉଲ୍ଲେଖନୀୟ ସଫଳତା


ଜୟପୁର, ୧୧ ଅଗଷ୍ଟ (ହି.ସ.)- ଇଣ୍ଟର ଡାଇରେକ୍ଟୋରେଟ୍ ସ୍ପୋର୍ଟସ୍ ଶୁଟିଂ ଚାମ୍ପିୟନଶିପ୍ ୨୦୨୬ରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ଜେୟୁଓ ପ୍ରଭାତ ହରିଜନ ଓଡ଼ିଶା ଡାଇରେକ୍ଟୋରେଟ୍ ପକ୍ଷରୁ ଅଂଶଗ୍ରହଣ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ୧୫ ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁରର କ୍ୟାଡେଟ୍ ଭାବେ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମେ ୬(ଓ) ବିଏନ ଏନସିସି , ପୁରୀଠାରେ ୨୦ ମେରୁ ୩୦ ମେ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଇଣ୍ଟର ୟୁନିଟ କଂପିଟିସନ(ଆଇୟୁସି)-୧ ଏବଂ ୨ ଶିବିରରେ ମୋଟ ୭୫ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ। ସେଥିରୁ ୨୪ ଜଣ କ୍ୟାଡେଟ୍ ବ୍ରହ୍ମପୁର ଗ୍ରୁପ୍ ଟିମ୍ ପାଇଁ ଚୟନିତ ହୋଇଥିଲେ, ଯେଉଁଥିରେ ପ୍ରଭାତ ହରିଜନ ମଧ୍ୟ ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମୟରେ ୧୪(ଓ) ବିଏନ ଏନସିସି , କେନ୍ଦୁଝରଠାରେ ୧ ଜୁନରୁ ୧୦ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ଇଣ୍ଟର ଗ୍ରୁପ କଂପିଟିସନ(ଆଇଜିସି)-୧ରେ ବ୍ରହ୍ମପୁର, ସମ୍ବଲପୁର ଓ କଟକ ଗ୍ରୁପ୍ର କ୍ୟାଡେଟ୍ ମାନେ ଅଂଶଗ୍ରହଣ କରିଥିଲେ। ୯୦୦ ପଏଣ୍ଟ ର ଏହି ପ୍ରତିଯୋଗିତାରେ ପ୍ରଭାତ ୬୯୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। ଏହାପରେ ୧୧ ଜୁନରୁ ୨୪ ଜୁନ ପର୍ଯ୍ୟନ୍ତ ୧୪(ଓ) ବିଏନ ଏନସିସି , କେନ୍ଦୁଝରଠାରେ ଅନୁଷ୍ଠିତ ଆଇଜିସି-୨ ଶିବିରରେ ମଧ୍ୟ ସେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। ୩୦୦ ପଏଣ୍ଟ୍ରୁ ସେ ୨୬୩ ପଏଣ୍ଟ୍ ହାସଲ କରି ୮ ଏସଡି ଓ ୮ ଏସଡବ୍ଲୁ ଓଡ଼ିଶା ଡାଇରେକ୍ଟୋରେଟ୍ ଟିମ୍ ପାଇଁ ଚୟନିତ ହୋଇଥିଲେ। ପରେ ୨୬ ଜୁନରୁ ୧୮ ଜୁଲାଇ ପର୍ଯ୍ୟନ୍ତ ପାଇଁ ବିଶେଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଶେଷରେ ତାମିଲନାଡୁର ତିରୁଚିରାପଲ୍ଲୀସ୍ଥିତ କେ. ରାମକୃଷ୍ଣ କଲେଜ ଅଫ ଟେକ୍ନୋଲୋଜି ଠାରେ ୨୧ ଜୁଲାଇରୁ ୩ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆଇଡିଏସଏସସି–୨୦୨୬ ଜାତୀୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ୧୭ଟି ଡାଇରେକ୍ଟୋରେଟ୍ ରୁ ୩୪୦ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ। ଏହି ଜାତୀୟ ସ୍ତରର ଶୁଟିଂ ପ୍ରତିଯୋଗିତାରେ ପ୍ରଭାତ ୬୦୦ରୁ ୫୫୪ ପଏଣ୍ଟ୍ ହାସଲ କରି ନିଜର ଦକ୍ଷତାର ପରିଚୟ ଦେଇଛନ୍ତି।ଏହି ସଫଳତା ପାଇଁ ପ୍ରଭାତ ହରିଜନ ୧୫ ଓଡ଼ିଶା ବାଟାଲିୟନ୍ ଏନସି ସି ର କମାଣ୍ଡିଂ ଅଫିସର୍ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପୀର୍ତ୍ତି ରଞ୍ଜନ ଦାସଙ୍କ ମାର୍ଗଦର୍ଶନ ଓ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି। ଏଥିସହ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କ୍ୟାପ୍ଟେନ୍ ଡଃ. ଲକ୍ଷ୍ମଣ ପାତ୍ର, ରେଜିଷ୍ଟ୍ରାର୍ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ କୁଳପତି ପ୍ରଫେସର୍ ହୃଷୀକେଶ ସେନାପତିଙ୍କ ସହଯୋଗ, ଆଶୀର୍ବାଦ ଓ ପ୍ରେରଣା ପାଇଁ ସେ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ପ୍ରଭାତଙ୍କ ଏହି ସଫଳତା ପାଇଁ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଓ ୧୫ ଓଡ଼ିଶା ବାଟାଲିୟନ୍ ଏନସିସି ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande