ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନ ମେଳା
ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନ ମେଳା
ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନ ମେଳା


ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନ ମେଳା


ସମ୍ବଲପୁର, ୧୧, ଅଗଷ୍ଟ (ହି.ସ.)

ସମ୍ବଲପୁର ସହର ସ୍ଥିତ ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା, ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ, ସଂକୁଳ ସଂଯୋଜଗ ଦେବ ରାଜ ତ୍ରିପାଠୀ, ବିଦ୍ୟାଳୟ ସମ୍ପାଦକ ଜୟଶଙ୍କର ପାଢ଼ୀ, ସହ ସମ୍ପାଦକ ଅଭିମନ୍ୟୁ ସାହୁ ପ୍ରମୁଖ ମଞ୍ଚା ସୀନ ଥିଲେ କ୍ଷ ସ୍ଥାନୀୟ ବିଦ୍ୟାଳୟ ର ଭଉଣୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ କ୍ଷ ବିଦ୍ୟାଳୟ ର ପ୍ରଧାନଆଚାର୍ୟ୍ୟ ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ମହୋଦୟ ଅତିଥି ମହୋଦୟ ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଉରକେଲା ମ୍ୟୁନିସିପାଲ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନ ସର୍ବଦା ସତ୍ୟ ର ଅନୁସନ୍ଧାନ ଓ ତଥ୍ୟ ଉପରେ ପର୍ୟ୍ୟବେସିତ, ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସୃଜନୀ ଶୀଳ ଓ ଅଧ୍ୟବସାୟୀ ହେବା ଉଚିତ ବୋଲି କହିଥିଲେ। ମେଳାରେ ପ୍ରାୟ ଆଠ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ କ୍ଷ ସମୁଦାୟ ୨୮୬ ଜଣ ଶିଶୁ ଚୟନୀତ ହୋଇ ଭାଗ ନେଇଥିଲେ କ୍ଷ ସମାରୋପ କାର୍ୟ୍ୟକ୍ରମ ରେ ବିଶିଷ୍ଠ ଶିକ୍ଷାବିତ ଡ଼. ଗିରିଧାରୀ ହୋତା, ପଶ୍ଚିମ ସମ୍ଭାଗ ବିଭାଗ ସଂଯୋଜକ ଗୁପ୍ତେଶ୍ୱର ଥନାପତି, ବିଦ୍ୟାଳୟ ର ଉପସଭାପତି ଡ଼ା. ଝାଙ୍କର ଓ ଅନ୍ୟାନ୍ୟ କାର୍ୟ୍ୟ କର୍ତ୍ତା ଉପସ୍ଥିତ ଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା। ଶେଷରେ ବିଦ୍ୟାଳୟ ର ସଂପାଦକ ଜୟଶଙ୍କର ପାଢ଼ୀ ଧନ୍ୟ ବାଦ ଅର୍ପଣ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande