ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ
କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ବିଜୟ ଭୂଷଣ ନନ୍ଦଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ତା ୧୦.୦୮.୨୦୨୬ ରିଖରେ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟ
State


କେନ୍ଦୁଝର, 11 ଅଗଷ୍ଟ (ହି.ସ.) ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡା. ବିଜୟ ଭୂଷଣ ନନ୍ଦଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଥମ ଦିନ ତା ୧୦.୦୮.୨୦୨୬ ରିଖରେ ଘସିପୁରା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟକୁ ପରିଦର୍ଶନ କରି ବିଭିନ୍ନ ପରିସଂଖ୍ୟାନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଆନନ୍ଦପୁର ବ୍ଲକର ଜାତୀୟ ନମୁନା ସର୍ବେକ୍ଷଣ(ପିଏଲ୍ଏଫ୍ଏସ୍)କ୍ଷେତ୍ର କାର୍ଯ୍ୟ ବୁଲି ସମୀକ୍ଷା କରିଥିଲେ I ପରେ ଘଟଗାଁ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ପରିସଂଖ୍ୟାନ ବିଭାଗର ବିଭିନ୍ନ ସର୍ଭେ ଓ ଯୋଜନା କାର୍ଯ୍ୟକାରିତାର ଅଗ୍ରଗତିର ସମୀକ୍ଷ କରିଥିଲେ I ସେହିପରି ପ୍ରଥମ ଦିନର ଅପରାହ୍ନରେ ଡା. ନନ୍ଦ କେନ୍ଦୁଝରସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉଭୟ ଯୋଜନା ଓ ପରିସଂଖ୍ୟାନ ଶାଖା ପରିଦର୍ଶନ କରିବା ସହ ଯୋଜନା ଓ ସଂଯୋଜନା ବିଭାଗ ଏବଂ ଅର୍ଥନିତୀ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ଓ ସର୍ଭେ କାର୍ଯ୍ୟକ୍ରମ ଗୁଡିକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ସମୀକ୍ଷା କରିବା ସହ ସଠିକ ତଥ୍ୟ ସଂଗ୍ରହ ଓ ସଠିକ ପରିସଂଖ୍ୟାନ ବିନା ଦେଶ ଓ ରାଜ୍ୟର ଯୋଜନା ପ୍ରଣୟନ କଷ୍ଠସାଧ୍ୟ ଅଟେ ବୋଲି କହିବା ସହ ସଠିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ I ସେହିପରି ଦ୍ୱିତୀୟ ଦିନ ତା ୧୧.୦୮.୨୦୨୬ ରିଖରେ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତର ନିଁହୁଆ ଗ୍ରାମକୁ କ୍ଷେତ୍ର ପରିଦର୍ଶନ କରି କୃଷି ପରିସଂଖ୍ୟାନ ଯୋଜନା(ଏରାସ୍) ଅନ୍ତର୍ଗତ ଭୂମୀ ବୁନିଯୋଗ ସର୍ଭେ ସମ୍ପର୍କରେ ସଂପୃକ୍ତ ପରିସଂଖ୍ୟାନ ପର୍ଯ୍ୟବେକ୍ଷକ କାଳୀଚରଣ ମାରାଣ୍ଡି, ପରିସଂଖ୍ୟାନ କ୍ଷେତ୍ର ସର୍ଭେୟରଙ୍କ କ୍ଷେତ୍ରୀୟ କାର୍ଯ୍ୟକୁ ସମୀକ୍ଷା କରିଥିଲେ I ଏହି ଗସ୍ତ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗଜେନ୍ଦ୍ର କୁମାର ବେହେରା, ପରିସଂଖ୍ୟାନ ଅଧିକାରୀ ସୁଜିତ ଲାଲ ନାୟକ,ଅନୁପମା ପାତ୍ର,ସହକାରୀ ପରିସଂଖ୍ୟାନ ଅଧିକାରୀ କାଜଲ ବେହେରା ତଥା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande