
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଦେଶଭକ୍ତିର ଭାବନା ଓ ଉତ୍ସାହର ସହ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ହାତରେ ତ୍ରିରଙ୍ଗା ପତାକା ଧରି ବହୁ ସଂଖ୍ୟକ ଲୋକ ଏହି ଯାତ୍ରାରେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।
ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଦେଶର ସ୍ୱାଧୀନତା ପାଇଁ ଅତୁଳନୀୟ ବଳିଦାନ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ସେ ଆହ୍ୱାନ ଦେଇଥିଲେ।
‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରେମର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ