୧୮ଟି ସହରରେ ସହରାଂଚଳ ବନ୍ୟା ପରିଚାଳନା ପାଇଁ ୫,୫୨୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୧୧ ଅଗଷ୍ଟ(ହି.ସ.) – କେନ୍ଦ୍ର ସରକାର ସହରାଂଚଳ ବନ୍ୟା ବିପଦ ପରିଚାଳନା କାର୍ଯ୍ୟକ୍ରମ(ୟୁ.ଏଫ୍.ଆର୍.ଏମ୍.ପି.) ଅଧୀନରେ ଦେଶର ୧୮ଟି ସହରରେ ସହରାଂଚଳ ବନ୍ୟା ବିପଦ ହ୍ରାସ କରିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମୋଟ ୫,୫୨୦.୦୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମଙ୍ଗଳ
୧୮ଟି ସହରରେ ସହରାଂଚଳ ବନ୍ୟା ପରିଚାଳନା ପାଇଁ ୫,୫୨୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ, ୧୧ ଅଗଷ୍ଟ(ହି.ସ.) – କେନ୍ଦ୍ର ସରକାର ସହରାଂଚଳ ବନ୍ୟା ବିପଦ ପରିଚାଳନା କାର୍ଯ୍ୟକ୍ରମ(ୟୁ.ଏଫ୍.ଆର୍.ଏମ୍.ପି.) ଅଧୀନରେ ଦେଶର ୧୮ଟି ସହରରେ ସହରାଂଚଳ ବନ୍ୟା ବିପଦ ହ୍ରାସ କରିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମୋଟ ୫,୫୨୦.୦୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ସେ ସୂଚନା ଦେଇଥିଲେ ଯେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ପୁଣେ ସମେତ ସାତଟି ସହର ପାଇଁ ୩,୦୭୫.୬୫ କୋଟି ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଭୋପାଳ, ଭୁବନେଶ୍ୱର, ଗୌହାଟୀ, ଜୟପୁର, କାନପୁର, ପାଟନା, ରାୟପୁର, ଥିରୁବନନ୍ତପୁରମ, ବିଶାଖାପାଟଣା, ଇନ୍ଦୋର ଏବଂ ଲକ୍ଷ୍ନୌ ସମେତ ୧୧ଟି ସହର ପାଇଁ ୨,୪୪୪.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକ ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍.ଡି.ଏମ୍.ଏଫ୍.)ରୁ କେନ୍ଦ୍ରୀୟ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ ପାଇଁ ୨୪୩.୯୦ କୋଟି ଟଙ୍କା, ବେଙ୍ଗାଲୁରୁ ପାଇଁ ୨୩୮.୭୨ କୋଟି ଟଙ୍କା, ଚେନ୍ନାଇ ପାଇଁ ୫୦୦ କୋଟି ଟଙ୍କା, ହାଇଦ୍ରାବାଦ ପାଇଁ ୨୫୦ କୋଟି ଟଙ୍କା, କୋଲକାତା ପାଇଁ ୫୦୦ କୋଟି ଟଙ୍କା, ମୁମ୍ବାଇ ପାଇଁ ୫୦୦ କୋଟି ଟଙ୍କା ଏବଂ ପୁଣେ ପାଇଁ ୨୫୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ସହର ପାଇଁ ୧୮୦ ରୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୧୮୦ କୋଟି ଟଙ୍କା ଗୌହାଟୀ ପାଇଁ ମଞ୍ଜୁର କରାଯାଇଛି, ଯେଉଁଥିରୁ ୫୪ କୋଟି ଟଙ୍କା ଜାରି କରାଯାଇଛି। ଅନ୍ୟ ସହରଗୁଡ଼ିକ ପାଇଁ କେନ୍ଦ୍ରୀୟ ପାଣ୍ଠି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ।

ସରକାରଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ସହରଗୁଡ଼ିକରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବ, ବନ୍ୟା ଏବଂ ଜଳାବଦ୍ଧତା ହ୍ରାସ କରିବ, ସଡ଼କ ସଂଯୋଗ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande