ନଦୀ ପଠାରେ ଫଶିଥିବା ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଭୁବନ, ୧୧ ଅଗଷ୍ଟ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ l ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି
ନଦୀ ପଠା ରୁ ଯୁବକ ଉଦ୍ଧାର


ଭୁବନ, ୧୧ ଅଗଷ୍ଟ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ l ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି ନଦୀକୁ ଯାଇଥିଲେ I କିଛି ସମୟ ଭିତରେ ନଦୀରେ ମାତ୍ରାଧିକ ପାଣି ଆସିବାରୁ ଚତୁଃପାର୍ଶ୍ଵରେ ପାଣି ଘେରି ଯାଇଥିଲା ଓ ଦୁଇ ଜଣ ରହିଯାଇଥିଲେ । ମିଥୁନ ସାହସ କରି ପହଁରି ଆସିଥିବା ବେଳେ ଅନ୍ୟ ଜଣକ ଆସିପାରି ନଥିଲେ । କୁଦରେ ଜଣେ ରହିଯାଇଥିବା ସମ୍ପର୍କରେ ଲୋକଙ୍କୁ କହିବା ସହ ଅଗ୍ନିଶମ ବାହିନୀଙ୍କୁ ଫୋନ କରି ଜଣାଇଥିଲେ l ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ବୋଟ ସାହାଯ୍ଯରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l

ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀର ମୁଖ୍ୟ ଅଗ୍ନି ଯୋଦ୍ଧା ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ସ୍ଵାଇଁ, ରାଜ କିଶୋର ମହାନ୍ତି, ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ, ମାନସ ରଞ୍ଜନ ବେହେରା ଓ ସ୍ଥାନୀୟ ଲୋକ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande