
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ତେଲକୋଇ
ବିଧାୟକ ଅଧ୍ୟକ୍ଷ ଡା. ଫକୀର ମୋହନ ନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ,
ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ତେଲକୋଇର ଲୋକପ୍ରିୟ
ବିଧାୟକ ତଥା କେନ୍ଦୁଝରର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡା. ଫକୀର ମୋହନ ନାୟକଙ୍କୁ ଜନ୍ମଦିନ
ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ତାରିଣୀ
ଆପଣଙ୍କୁ ସୁଖୀ, ନିରୋଗ ଓ
ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ଫକୀର ମୋହନ ନାୟକ
ଙ୍କ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପାରୁ ଆପଣ
ନିରାମୟ ଓ ଦୀର୍ଘ ଜୀବନ ଲାଭ କରନ୍ତୁ। ଆପଣଙ୍କ ନେତୃତ୍ୱରେ ତେଲକୋଇର ବିକାଶ ଧାରା ଆହୁରି
ଅଗ୍ରସର ହେଉ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ତେଲକୋଇର ବିଧାୟକ ଡ଼ଃ ଫକୀର ମୋହନ ନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ମଙ୍ଗଳମୟ ଜୀବନ କାମନା କରଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା