
ଧର୍ମଶାଳା,୧୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରୁହା,ଜାରକା ଓ ବାରବାଟୀ ମଣ୍ଡଳରେ ବିଜେପି ପକ୍ଷରୁ ଘର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ସମସ୍ତ କାର?୍ୟ୍ୟକ୍ରମରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଧରି କର୍ମୀମାନଙ୍କ ସହିତ ସାମିଲ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ । ବିଧାୟକ ଶ୍ରୀ ସାହୁ ବାରବାଟୀ ମଣ୍ଡଳର ନଠୁଆବରଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରା ଆଦାମପୁରଠାରେ ଶେଷ ହୋଇଥିଲା । ପରେ ସେ ଆରୁହା ମଣ୍ଡଳର ଜାରକା ମହୋତ୍ସବ ପଡିଆରେ ସାମିଲ ହୋଇଥିଲେ । ଏହି ଯାତ୍ରା ଜାରକାଠାରୁ କାଏମା ଓ କାଏମାଠାରୁ ନରସିଂହପୁର ପର୍ଯ୍ୟନ୍ତ ପତାକା ଧରି କର୍ମୀଙ୍କ ଗହଣରେ ସାମିଲ ହୋଇଥିଲେ । ଏହି ଯାତ୍ରାରେ ଜିଲା ସଭାପତି ଦେବଯାନୀ ପ୍ରଧାନ,ସମାଜସେବୀ ମିନତୀ ସାହୁ,ପୂର୍ବତନ ସାଂସଦ ରୀତା ତରାଇ,ଯୁବ ସଂଗଠକ ରାଜେଶ ପାଳ,ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,ଯୁବ ସଭାପତି ବିଶ୍ୱଜିତ ପୃଷ୍ଟି,ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା,ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା,ଯୁବସଭାପତି ରୁଦ୍ର ପ୍ରସାଦ ବେହେରା,ଆତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କୁମାର କର,ପ୍ରଭାରୀ ଅଭିଷେକ ରାଉତ,ରୁଦ୍ର ବରାଳ,ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ଘର ଘର ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସର ଆନନ୍ଦକୁ ପ୍ରତ୍ୟେକ ଘରେ ଘରେ ପଂହଚାଇବା ଲାଗି ୧୧ ତାରିଖଠାରୁ ଦେଶ ବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ଏବଂ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ମହାନ ଦେଶପ୍ରେମୀମାନଙ୍କୁ ମନେ ପକାଇବା ସହ ସାଧାରଣ ଲୋକମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରାଇବା ଲକ୍ଷ ନେଇ ଘର ଘର ତ୍ରିରଙ୍ଗା ଯାତ୍ରା କରାଯାଉଛି ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ