
ଜିଲା ସ୍ତରୀୟ ପ୍ରତିଯୋଗିତା
ପରେ ଡିସେମ୍ବର ୨୬ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ଛାତ୍ରଛାତ୍ରୀଙ୍କ
ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ
ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି
କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ। ଏନେଇ ଉଚ୍ଚଶିକ୍ଷା
ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି।
ଭଗବଦ୍ଗୀତାର ଷଷ୍ଠ ଅଧ୍ୟାୟ
‘ଆତ୍ମସଂଯମ ଯୋଗ’କୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ
ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ ଏବଂ ସେଠାରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ
ଭାଗ ନେବେ। ତେବେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ତାରିଖ ସମ୍ପର୍କରେ ବିଭାଗୀୟ ପତ୍ରରେ କୌଣସି
ସୂଚନା ଦିଆଯାଇନାହିଁ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କୁ ନେଇ ଡିସେମ୍ବର ୨୬ ଓ ୨୭, ୨୦୨୬ରେ ପୁରୀର ବାଲିଘାଇସ୍ଥିତ ହରିହରାନନ୍ଦ
ଗୁରୁକୁଳମ୍ରେ ରାଜ୍ୟସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରରେ ପୁରସ୍କୃତ
ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍ ପ୍ରଦାନ କରାଯିବ। ଗୀତା ପାଠ ପ୍ରତିଯୋଗିତାରେ
ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ଅଂଶଗ୍ରହଣ ଫି’ ନିଆଯିବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା