
କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଛାପୁର ସରସ୍ୱତୀ ଶିଶୁ ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ କୁମାରୀ ଆଦ୍ୟାଶା ପଣ୍ଡା ଓଡିଶା ଓ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଚତୁର୍ଥ ଶ୍ରେଣୀ ବୃତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି । ପ୍ରଥମ ଶ୍ରେଣୀ ଠାରୁ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରି ବିଭିନ୍ନ ସମୟରେ ପୁରସ୍କୃତ ହେବା ସହ ସଙ୍ଗୀତ, ନୃତ୍ୟ ଓ ବକୃତା ପ୍ରତିଯୋଗିତାରେ ଭାଗ ନେଇ ମାନପତ୍ର ଲାଭ କରିବା ସହ ସମ୍ବର୍ନ୍ଧିତ ହୋଇଛନ୍ତି। ଶିକ୍ଷା ବିକାଶ ସମିତି କେନ୍ଦ୍ରାପଡା ଜିଲ୍ଲା ସଙ୍କୁଳ ତତ୍ୱାବଧାନ ରେ ହୋଇଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି “ସଂସ୍କୃତି ବିଜ୍ଞାନ ପ୍ରଶ୍ନ ମଂଚ” ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ମାନପତ୍ର ଲାଭ କରିବା ସହ ପ୍ରାଦେଶିକ ମେଧା ପରୀକ୍ଷା, ପ୍ରଜ୍ଞାନ ମିଶନ ଜଗତପୁର ଦ୍ୱାରା ପରିଚାଳିତ ପ୍ରତିଭା ବୃଦ୍ଧି ଜ୍ଞାନ ପରୀକ୍ଷାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶ୍ରୀ ବଳଦେବଜୀଉଙ୍କ ନିଳାଦ୍ରିବିଜେ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରି ସମ୍ବର୍ଦ୍ଧିତ ହୋଇଥିବା ଜଣାପଡିଛି ।
.......................................
ହିନ୍ଦୁସ୍ଥାନ ସମାଚାର / ରବି