
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ଆଜି ପାଟଣାଗଡ଼
ଠାରେ ହର ଘର ତ୍ରିରଙ୍ଗା ଅଭିଯାନ ପଦଯାତ୍ରାରେ ସାମିଲ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ । ଏହି ଅବସରରେ ଦେଶପ୍ରେମ,
ଉତ୍ସାହ ଓ ଆବେଗରେ ସମଗ୍ର ପାଟଣାଗଡ଼ ଆଜି ତ୍ରିରଙ୍ଗାମୟ
ହୋଇଉଠିଥିଲା।
ଏହି ଅଭିଯାନ କେବଳ ଏକ
କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ଏକତା,
ଆତ୍ମସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ପ୍ରତି ଏକ
ବିନମ୍ର ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ଆମେ ସମସ୍ତେ ନିଜ ନିଜ ଘରେ ଗର୍ବର ସହ ତ୍ରିରଙ୍ଗା ଉଡ଼ାଇ ଦେଶର ଏକତା, ଅଖଣ୍ଡତା
ଓ ପ୍ରଗତିକୁ ଆହୁରି ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି କେଭି
ସିଂହଦେଓ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା