
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.)- ସ୍ୱାଧୀନତା
ସଂଗ୍ରାମୀ ଖୁଦିରାମ ବୋଷଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ
ଉପମୁଖ୍ୟମନ୍ତ୍ରୀ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ସେୟାର କରି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ମହାନ
ସ୍ୱାଧୀନତା ସଂଗ୍ରାମୀ ଖୁଦୀରାମ ବୋଷ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶତ ଶତ ନମନ। ତାଙ୍କର ସାହସ, ବଳିଦାନ ଏବଂ ଦେଶ ପ୍ରତି ଅଟଳ ଭଲପାଇବା ସବୁବେଳେ ପିଢ଼ି ପରେ
ପିଢ଼ିକୁ ପ୍ରେରଣା ଯୋଗାଇବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ କହିଛନ୍ତି ଯେ,ମହାନ ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ବଳିଦାନ ଦିବସରେ
ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅମର ବଳିଦାନ ଓ ଦେଶପ୍ରେମ ସର୍ବଦା
ଆମକୁ ପ୍ରେରଣା ଯୋଗାଇବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ମାତାର ସାହସୀ ପୁତ୍ର ଖୁଦିରାମ ବୋଷଙ୍କ ବଳିଦାନ ଦିବସ
ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଯୁବ ବିପ୍ଳବୀ ଶହୀଦ ଖୁଦିରାମ ବୋଷଙ୍କ
ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ତାଙ୍କର ଅତୁଳନୀୟ ତ୍ୟାଗ, ସାହସ ଓ ଦେଶପ୍ରେମ ଯୁଗ ଯୁଗ ଧରି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ
ସ୍ମରଣୀୟ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା