ଜୁଆ ଆଡ୍ଡାରେ ଚଢ଼ାଉ, ୪ ଜଣଙ୍କୁ ବାନ୍ଧିଲା ରେଙ୍ଗାଲି ଥାନା ପୋଲିସ
ଜୁଆ ଆଡ୍ଡାରେ ଚଢ଼ାଉ, ୪ ଜଣଙ୍କୁ ବାନ୍ଧିଲା ରେଙ୍ଗାଲି ଥାନା ପୋଲିସ
ଜୁଆ ଆଡ୍ଡାରେ ଚଢ଼ାଉ, ୪ ଜଣଙ୍କୁ ବାନ୍ଧିଲା ରେଙ୍ଗାଲି ଥାନା ପୋଲିସ


ସମ୍ବଲପୁର, ୧୨, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପୋଲିସ ଦୀର୍ଘ ଦିନଧରି ମାଛ ବଜାର ଅଂଚଳରେ ଲୁଚା ଚୋରାରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ୧୭୦/୨୬ ରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ସୂଚନା ଅନୁସାରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁପ୍ତ ସୂଚନା ଆଧାରରେ ରେଙ୍ଗାଲି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ ନିକଟସ୍ଥ ମାଛ ବଜାରରେ ଚଢ଼ାଉ କରିଥିଲେ। ସେଠାରେ ୪ ଜଣ ଜୁଆଡି ତାସ ଖେଳରେ ଟଙ୍କା ଲଗାଇ ଜୁଆ ଖେଳୁଥିବା ବେଳେ ସମସ୍ତଙ୍କୁ ପୋଲିସ ଗିରଫ କରିଥିଲା।

ଗିରଫ ସମସ୍ତ ଜୁଆଡି ରେଙ୍ଗାଲି ଥାନା ଅଂଚଳରେ ହୋଇଥିବା ବେଳେ ଚିହ୍ନଟ ବେଳେ ବଳରାମ ଓରାମ (୩୬), ତପନ କୁମାର ନାଏକ (୪୩), ଲକ୍ଷ୍ମଣ ବେହେରା (୪୧) ଓ ପଂଚାନନ ଷଣ୍ଢ ବୋଲି ଜଣାପଡିଛି। ଜୁଆ ଆସରରେ ଚଢ଼ାଉ ସମୟରେ ପୋଲିସ ନଗଦ ୩୯ ହଜାର ୨ଶହ ଟଙ୍କା, ଗୋଟିଏ କଳା ରଙ୍ଗର ହିରୋ ସିଡି ଡିଲକ୍ସ ଓ ଗୋଟିଏ ମେରୁନ୍ ରଙ୍ଗର ହିରୋ ହୋଣ୍ଡା ଏସ୍ଏସ୍-୧୦୦ ମୋଟର ସାଇକେଲ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande