
କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – ପ୍ରଶାସନିକ ଅଧିକାରୀଙ୍କୁ କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ବାର୍ଷିକ ମୁଖପତ୍ର ସୌଜନ୍ୟ ଅର୍ପଣ କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, କେନ୍ଦ୍ରାପଡ଼ା ଜିଲ୍ଲା ପକ୍ଷରୁ ପ୍ରକାଶିତ ବାର୍ଷିକ ମୁଖପତ୍ର ‘ଅସୀ ଓ ମସୀ’ର ଚଳିତ ବର୍ଷର ସଂସ୍କରଣକୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ସୌଜନ୍ୟ ଭାବେ ଅର୍ପଣ କରାଯାଇଛି। ଏହି ଅବସରରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା, କେନ୍ଦ୍ରାପଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କେନ୍ଦ୍ରାପଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ କେନ୍ଦ୍ରାପଡ଼ା ତହସିଲଦାରଙ୍କୁ ମୁଖପତ୍ରଟି ସୌଜନ୍ୟମୂଳକ ଭାବେ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଶ୍ରୀ ଶରତ କୁମାର ବେହୁରାଙ୍କ ସୁଦୃଢ଼ ନେତୃତ୍ୱ ଓ ଦିଗଦର୍ଶନରେ ଅନୁଷ୍ଠିତ ଏହି ସୌଜନ୍ୟ ଅର୍ପଣ କାର୍ଯ୍ୟକ୍ରମରେ ସଂଘର କୋଷାଧ୍ୟକ୍ଷ ଶ୍ରୀ ସୁଶୀଲ ସାମଲ, ଶ୍ରୀ ପୀତବାସ ବେହୁରା, ଶ୍ରୀ ରାଜେନ୍ଦ୍ର ରାଉତରାୟ, ଶ୍ରୀ ବିଭାଷ ରଞ୍ଜନ ଭୂୟାଁ, ଶ୍ରୀ ମାନସ ରାଉତରାୟ, ଶ୍ରୀ ଚିତରଞ୍ଜନ ବଳ, ସଂଯୋଜକ ଶ୍ରୀ ଚନ୍ଦନ କୁମାର ପରିଡ଼ା, ଶ୍ରୀ ସଂଗ୍ରାମ ଜେନା, ପ୍ରହଲ୍ଲାଦ ଲେଙ୍କା, କାର୍ତିକ ରାଉତ, ବିକାଶ ମହାଳିକ, ରଞ୍ଜନ ନାୟକ, ଅନୁପ ନାୟକ, ଟୁନା ମଲ୍ଲିକ୍, ରତ୍ନାକର ରାଉତଙ୍କ ସମେତ ସଂଘର ବହୁ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ‘ଅସୀ ଓ ମସୀ’- ନାମରେ ଦୁଇଟି ଶବ୍ଦ, କିନ୍ତୁ ଏହାର ଅନ୍ତର୍ନିହିତ ଅର୍ଥ ଅତ୍ୟନ୍ତ ବ୍ୟାପକ। ଅସୀ ପ୍ରତୀକ ଶୌର୍ଯ୍ୟର, ମସୀ ପ୍ରତୀକ ସୃଜନଶୀଳତାର। ଏହି ଦୁଇର ସମନ୍ୱୟରେ ମୁଖପତ୍ରଟି କ୍ଷତ୍ରିୟ ଖଣ୍ଡାୟତ ସମାଜର ଗୌରବମୟ ଇତିହାସ, ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚେତନାର ଏକ ଅନନ୍ୟ ଦର୍ପଣ ଭାବେ ଆତ୍ମପ୍ରକାଶ କରିଛି। ଅତୀତର ଗୌରବଗାଥାକୁ ଅକ୍ଷରରେ ସଂରକ୍ଷଣ କରିବା ସହିତ ବର୍ତମାନ ପିଢ଼ିକୁ ନିଜ ମୂଳ ଓ ମାଟି ସହ ଯୋଡ଼ିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସମୃଦ୍ଧ ସାଂସ୍କୃତିକ ଉତରାଧିକାର ଛାଡ଼ିଯିବାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ସଂଘର ଏହି ମହତ୍ୱପୂର୍ଣ୍ଣ ପ୍ରୟାସ ସମାଜରେ ଏକତା, ଭାଇଚାରା, ସାମାଜିକ ଦାୟିତ୍ୱବୋଧ ଓ ସାଂସ୍କୃତିକ ଜାଗରଣକୁ ଆହୁରି ସୁଦୃଢ଼ କରିବ ଏହା ନିଶ୍ଚିତ। ‘ଅସୀ ଓ ମସୀ’ର ଏହି ଅକ୍ଷର ଯାତ୍ରା ଯେପରି ଅବିରତ ରହୁ, ଏହାର ପୃଷ୍ଠାରେ ଇତିହାସ କଥା କହୁ, ସଂସ୍କୃତି ସୁବାସିତ ହେଉ ଏବଂ ସମାଜର ନୂଆ ପିଢ଼ି ଏଥିରୁ ପ୍ରେରଣା ପାଇ ଆଗାମୀ ଦିନର ପଥ ନିର୍ମାଣ କରୁ ଏହା ହିଁ ମହାସଂଘର ଏହି ମହତୀ ପ୍ରୟାସ ପ୍ରତି ଆମର ଅନ୍ତରଙ୍ଗ ଶୁଭକାମନା।
.......................................
ହିନ୍ଦୁସ୍ଥାନ ସମାଚାର / ରବି