ବନ୍ୟା ବିପନ୍ନଙ୍କୁ ବି.ଏମ୍. ଚାରିଟେବଲ୍ ଟ୍ରଷ୍ଟ ତରଫରୁ ସହାୟତା
ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ବି.ଏମ୍. ଚାରିଟେବଲ୍ ଟ୍ରଷ୍ଟ । ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପହଂଚାଇବା ଉଦ୍ଦ
B M CHARITABLE TRUST HELP TO FLOOD AFFECTED


ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳର ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଏଭଳି ଦୁର୍ଦ୍ଦିନ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ବି.ଏମ୍. ଚାରିଟେବଲ୍ ଟ୍ରଷ୍ଟ । ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପହଂଚାଇବା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ପ୍ରଥମେ ବିଷ୍ଣୁପୁର ଅଂଚଳରେ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଥିଲା। ସେଠାରେ ପ୍ରାୟ ୨୦୦ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ସପ , ତକିଆ ଓ ପାଲ ଏବଂ ଚୁଡା, ଚିନି ଓ ବିସ୍କୁଟ ଭଳି ଆବଶ୍ୟକୀୟ ଶୁଖିଲା ସାମଗ୍ରୀ ପ୍ରଦାନ କରାଯାଇଛି। ବନ୍ୟା ଯୋଗୁଁ ଘରେ ରହିବା ଓ ଦୈନନ୍ଦିନ ଜୀବନଯାପନରେ ଅସୁବିଧା ଭୋଗୁଥିବା ପରିବାରଗୁଡ଼ିକ ଏହି ସହାୟତାରୁ ଉପକୃତ ହୋଇଛନ୍ତି। ଏହା ପରେ ଟ୍ରଷ୍ଟ ପକ୍ଷରୁ ନୟାନଗର ଓ ଧନାଟୋଲା ଅଂଚଳରେ ମଧ୍ୟ ବନ୍ୟା ପ୍ରପୀଡ଼ିତ ପରିବାରମାନଙ୍କୁ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଥିଲା। ବିପଦ ସମୟରେ ଅସହାୟ ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାର ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି। ଏହି ମହତ୍ କାର୍ଯ୍ୟରେ ବି.ଏମ୍. ପବ୍ଲିକ୍ ସ୍କୁଲର ଅଧକ୍ଷ ଶେଖ ଅଜିଜୁଲ୍ଲା ଙ୍କ ନେତୃତ୍ୱ ଓ ପ୍ରେରଣାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ୨/୩ ଫୁଟ ପାଣି ଭିତରେ ପଶି ବିପନ୍ନଙ୍କୁ ସହଯୋଗ କରିଥିଲେ। ଏବେବି ଅନେକ ଘର ପାଣି ଘେରରେ ଅଛନ୍ତି ଓ ଏଥିରେ ଶବାନା କାଦରୀ, ଜିନତ୍ ୟାସ୍ମିନ , ବିପ୍ଲବ ବିଶ୍ୱାସ , ଖାଲେଦା ଖାତୁନ , ଗୁଲଅପସା କାଦରୀ, ଆଫ୍ରିନ୍ କାଦରୀ , ୱାହିଦା କାଦରୀ , ରୁକ୍ସାନା ଖାତୁନ , ସୁମିତ୍ରା ବେହେରା , ଖୁସନୁମା ପର୍ୱୀନ , ଗଜାଲା ପର୍ୱୀନ , ଶବାବ୍ କାଦରୀ , ମୁସ୍କାନ୍ କାଦରୀ , ରୋହିଣୀ ଖାତୁନ, ଓ ନେୟମତ୍ ପର୍ୱୀନ ସକ୍ରିୟ ସହଯୋଗ ରହିଥିଲା। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ମାନବ ସେବା ହିଁ ସର୍ବୋତମ ସେବା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟ ଓ ଆବଶ୍ୟକତା ଥିବା ପରିବାରମାନଙ୍କ ପାଖରେ ଠିଆ ହୋଇ ସହାୟତା ପହଂଚାଇବା ଟ୍ରଷ୍ଟର ପ୍ରମୁଖ ଲକ୍ଷ୍ୟ। ଆଗାମୀ ଦିନରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସହାୟତା ଜାରି ରହିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande