ବିଦେଶୀ ପାଣ୍ଠି ଯୋଗାଣ ଉପରେ ଏଫ୍. ସି. ଆର.ଏ. ବିଲ୍ ଜେ. ପି. ସି. କୁ ପଠାଗଲା
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ହି.ସ.) - ଲୋକସଭା ବୁଧବାର ଦିନ ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬ କୁ ସଂସଦର ଏକ ମିଳିତ କମିଟି ନିକଟକୁ ପଠାଇଛି। ଏହି ଯୁଗ୍ମ କମିଟିରେ ଲୋକସଭାରୁ ୨୧ ଜଣ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ରହିବେ। ସେମାନେ ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଦ
ବିଦେଶୀ ପାଣ୍ଠି ଯୋଗାଣ ଉପରେ ଏଫ୍. ସି. ଆର.ଏ. ବିଲ୍ ଜେ. ପି. ସି. କୁ ପଠାଗଲା


ନୂଆଦିଲ୍ଲୀ, ଅଗଷ୍ଟ ୧୨ (ହି.ସ.) - ଲୋକସଭା ବୁଧବାର ଦିନ ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬ କୁ ସଂସଦର ଏକ ମିଳିତ କମିଟି ନିକଟକୁ ପଠାଇଛି। ଏହି ଯୁଗ୍ମ କମିଟିରେ ଲୋକସଭାରୁ ୨୧ ଜଣ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ରହିବେ। ସେମାନେ ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ହେବେ।

କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏହି ବିଲ୍କୁ ଏକ ଯୁଗ୍ମ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ବିରୋଧୀ ଦଳମାନେ ଏହି ବିଲ୍କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଟ୍ରେଜେରୀ ବେଂଚ କହିଛନ୍ତି ଯେ ଏହି ବିଲ୍ ସଂଖ୍ୟାଲଘୁଙ୍କ ବିରୋଧରେ ନୁହେଁ। ଏହାପରେ ବାଚନିକ ଭୋଟରେ ଏହି ବିଲ୍କୁ ଜେପିସିକୁ ପଠାଇବା ପ୍ରସ୍ତାବ ଗୃହୀତ ହୋଇଥିଲା।

ଏହି ବିଲ୍କୁ ବିରୋଧ କରି କଂଗ୍ରେସ ନେତା କେ. ସି. ଭେନୁଗୋପାଳ କହିଛନ୍ତି ଯେ ଏହା ସଂଖ୍ୟାଲଘୁ ଅନୁଷ୍ଠାନଗୁଡ଼ିକର ବିଦେଶୀ ପାଣ୍ଠି ଯୋଗାଣ ବନ୍ଦ କରିବ। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏହାକୁ ସଂଖ୍ୟାଲଘୁ ବିରୋଧୀ ବୋଲି ଅଭିହିତ କରି କହିଛନ୍ତି ଯେ ସମଗ୍ର ବିରୋଧୀ ଦଳ ଏହି ବିଲ୍କୁ ବିରୋଧ କରୁଛନ୍ତି। ଡି. ଏମ୍. କେ. ନେତା ଟି. ଆର.ବାଲୁ ମଧ୍ୟ ଏହି ବିଲ୍କୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବିରୋଧୀ ଦଳ ହିଁ ଏହି ବିଲ୍କୁ ଜେପିସିକୁ ପଠାଇବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି କୌଣସି ବିଷୟ ରହିଛି, ତେବେ ଏହାକୁ ଜେପିସିରେ ରଖାଯାଇପାରିବ। ଏହାକୁ ସ୍ୱାଗତ କରିବା ପରିବର୍ତେ ବିରୋଧୀ ଏହାକୁ ବିରୋଧ କରୁଛନ୍ତି। ଏହା ଦେଶକୁ ସୁରକ୍ଷିତ ରଖିବା ପାଇଁ ଉଦ୍ଦିଷ୍ଟ। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବାର ପ୍ରଶ୍ନ ଉଠୁନାହିଁ। ଶୃଙ୍ଖଳା ଏବଂ ସାମ୍ବିଧାନିକ ବ୍ୟବସ୍ଥା ପାଇଁ ଆଇନ ଆବଶ୍ୟକ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande