ସାଇବର ଅପରାଧ ଠାରୁ ଦୂରରେ ରୁହ
ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଏହି ବ୍ଲକ ଆଗରପଡା ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କୁ ସାଇବର ଅପରାଧ ନେଇ ସଚେତନ କରାଯାଇଛି । ଧାମନଗର ଉପଖଣ୍ଡ ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ତତ୍ତ୍ୱାବଧାନରେ ଥାନାଧିକାରୀ ରାଜେଶ କୁମାର ସେଠୀ, ଏସଆଇ ଇଭାରାଣୀ ପରିଡା ଉପସ୍ଥିତ ରହି ଡିଜିଟାଲ୍ ଯୁଗର
CYBER THAKEI SACHETANA KARYAKRAMA


ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଏହି ବ୍ଲକ ଆଗରପଡା ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କୁ ସାଇବର ଅପରାଧ ନେଇ ସଚେତନ କରାଯାଇଛି । ଧାମନଗର ଉପଖଣ୍ଡ ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ତତ୍ତ୍ୱାବଧାନରେ ଥାନାଧିକାରୀ ରାଜେଶ କୁମାର ସେଠୀ, ଏସଆଇ ଇଭାରାଣୀ ପରିଡା ଉପସ୍ଥିତ ରହି ଡିଜିଟାଲ୍ ଯୁଗରେ ସାଇବର ଅପରାଧ ବଢୁଥିବା ବେଳେ ବିଶେଷକରି ମୋବାଇଲ,ସାମାଜିକ ଗଣମାଧ୍ୟମ, ଏଟିଏମ୍, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆଦିର ସଠିକ୍ ବ୍ୟବହାର ନଜାଣିବା ଫଳରେ ଆମେ ଠକାମୀର ଶିକାର ହେଉଛନ୍ତି ବୋଲି କହିଥିଲେ । ଏଥିସହ ନୂତନ ଅପରାଧିକ ଆଇନ୍ରେ ମହିଳା ମାନେ ଯୌନ ଶୋଷଣରୁ କିପରି ନିଜକୁ ରକ୍ଷା କରି ପାରିବେ ସେ ସମ୍ବନ୍ଧରେ ଅବଗତ ହେବା ସହ ଅଭିଭାବକ, ସାହିପଡଶା ଏବଂ ଆଗାମୀ ଯୁବ ପିଢୀ ମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଅଜିତ କୁମାର ରାଉଳଙ୍କ ସମେତ ୩ ଶହ ରୁ ଉର୍ଦ୍ଧ ଛାତ୍ରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande