ଛେଳି ଚୋରୀ କରି ୱାର୍ଡ ମେମ୍ବର ଗିରଫ
ଗଂଜାମ, 12 ଅଗଷ୍ଟ (ହି.ସ.) ଶେରଗଡ ପଂଚାୟତର ଜଣେ ୱାର୍ଡ ମେମ୍ବର ପାଂଚଟି ଛେଳି ଚୋରି କରି ଧରା ପଡି ଗିରିଫ ହୋଇଥିବା ଘଟଣା ଗଂଜାମ ଜିଲାରେ ବିସ୍ମୟ ସୃଷ୍ଟି କରିଛି । ଶେରଗଡ ଥାନା ସାମନ୍ତ ସାହିର ପଂଚୁ ଗୌଡ କେଉଟ ସାହି ମଶାଣୀ ନିକଟରେ ଛେଳି ଚରାଇବାକୁ ନେଇ ଛେଳି ମେଳ ରଖି ଘରକୁ ଆସିଥିଲା। ଏହାର
ଛେଳି ଚୋରୀ କରି ୱାର୍ଡ ମେମ୍ବର ଗିରଫ


ଗଂଜାମ, 12 ଅଗଷ୍ଟ (ହି.ସ.) ଶେରଗଡ ପଂଚାୟତର ଜଣେ ୱାର୍ଡ ମେମ୍ବର ପାଂଚଟି ଛେଳି ଚୋରି କରି ଧରା ପଡି ଗିରିଫ ହୋଇଥିବା ଘଟଣା ଗଂଜାମ ଜିଲାରେ ବିସ୍ମୟ ସୃଷ୍ଟି କରିଛି । ଶେରଗଡ ଥାନା ସାମନ୍ତ ସାହିର ପଂଚୁ ଗୌଡ କେଉଟ ସାହି ମଶାଣୀ ନିକଟରେ ଛେଳି ଚରାଇବାକୁ ନେଇ ଛେଳି ମେଳ ରଖି ଘରକୁ ଆସିଥିଲା। ଏହାର ସୁଯୋଗ ନେଇ ୱାର୍ଡ ସଭ୍ୟ ଦେବରାଜ ଗୌଡ ସେଥିରୁ 5ଟି ଛେଳି ଚୋରି କରି ଗୋଟିଏ ଅଟୋରେ ନେଇ ବଡଗଡ ଥାନାର କସେଇ ଗାଁର ଚନ୍ଦ୍ର ଗୌଡଙ୍କ ଛେଳି ଗୋଠରେ ଛାଡି ଆସି ଥିଲେ। ଏ ସଂପର୍କରେ ସୂର୍ଯ୍ୟ ମହାନ୍ତିଙ୍କ ଠାରୁ ପଂଚୁ ଗୌଡ ସୂଚନା ପାଇବା ପରେ ଶେରଗଡ ଥାନାରେ ଅଭିଯୋଗ କରିଥିଲେ । ଅତିରିକ୍ତ ଥାନା ଅଧିକାରୀ ୱାନ ରଂଜନ ସେଠୀ ଓ ରାଜା ରଂଜନ ନାୟକ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ତଥ୍ୟ ପାଇ ୱାର୍ଡ ସଭ୍ୟ ଦେବରାଜ ଗୌଡକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଏସଂପର୍କରେ ଥାନାରେ 269/26ରେ ଏକ ମାମଲା ରୁଜୁ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande