ଫୁଲବାଣୀରେ  ଜିଲ୍ଲା ସ୍ତରୀୟ ତ୍ଵରିତ ଏଡସ୍ ସଚେତନତା କାର୍ଯ୍ୟକ୍ରମ
Kandhmal District Level AIDS Awerness Program
ଫୋଟ


କନ୍ଧମାଳ , ୧୨ ଅଗଷ୍ଟ (ହି.ସ.) - କନ୍ଧମାଳ ଜିଲ୍ଲା ସ୍ତରୀୟ ତ୍ୱରିତ ଏଡ଼ସ ସଚେତନତା ଅଭିଯାନର ଶୁଭରମ୍ଭ ହୋଇଛି l କନ୍ଧମାଳ ଜିଲ୍ଲାର ତୃଣମୂଳ ସ୍ତରରେ, ବିଶେଷ ଭାବରେ ଅପହଞ୍ଚ ଅଞ୍ଚଳ, ସମ୍ବେଦନଶୀଳ ସଅଞ୍ଚଳ ଏବଂ ଯୁବ ବର୍ଗ ମାନଙ୍କ ମଧ୍ୟରେ ଏଡ଼ସ ଏବଂ ଯୌନ ସଂକ୍ରମଣ ର ସଚେତନତା ବୃଦ୍ଧି ନିମନ୍ତେ, ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ( ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ) ଦ୍ୱାରା ସ୍ଥିରୀକୃତ ଦୁଇ ମାସ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ତ୍ୱରିତ ସଚେତନତା ଅଭିଯାନ ର କନ୍ଧମାଳ ଜିଲ୍ଲା ସ୍ତରୀୟ ଅଭିଯାନ ର ଶୁଭାରମ୍ଭ ଆଜି ଫୁଲବାଣୀ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର, ଫୁଲବାଣୀ ଠାରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଞ୍ଜଳି ଶତପଥୀ ଙ୍କର କରକମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଏଡ଼ସ ବିଷୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ ସଭା କାର୍ଯ୍ୟ କ୍ରମରେ ଜିଲ୍ଲା କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ର ଅତିରିକ୍ତ ଜିଲ୍ଲା ଚିକିତ୍ସା ଧିକାରୀ ଡାକ୍ତର ଜ୍ୟୋଛନା ରାଣୀ ସେଠି ଉପସ୍ଥିତ ଥିଲେ l ମହିଳା ସ୍ୱାସ୍ଥ୍ୟ କର୍ମୀ ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀମାନେ ଏବଂ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l କନ୍ଧମାଳ ଜିଲ୍ଲା ରେ ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ ଏବଂ ସୁଦୂରପ୍ରଶାରୀ କରିବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ୱ ଆରୋପ କରିଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ଏଡ଼ସ ସୁପରଭାଇଜର ଦେବାଶିଷ ମିଶ୍ର ସଂଯୋଜନା କରିଥିଲାବେଳେ, ଆଇସିଟିସି ୨ ର ପରାମର୍ଶଦାତା ଗୋବିନ୍ଦ ଚନ୍ଦ୍ର ଜେନା ବିଶେଷ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande