
ଗୁଆହାଟୀ, ୧୨ ଅଗଷ୍ଟ (ହି.ସ.)- ଡିବ୍ରୁଗଡ଼ ୱାରିୟର୍ସ ଇମ୍ପିରିଆଲ ବ୍ଲୁ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ଆସାମ ପ୍ରିମିୟର ଲିଗ-୨୦୨୬ର ୨୩ତମ ମୁକାବିଲାରେ ନଗାଓଁ ରେଞ୍ଜର୍ସକୁ ଆଠ ୱିକେଟରେ ହରାଇ ଟୁର୍ଣ୍ଣାମେଂଟରେ ନିଜର ପଂଚମ ବିଜୟ କରିଛି। ବୁଧବାର ଏସିଏ ଷ୍ଟାଡିୟମ, ଗୁଆହାଟୀରେ ଖେଳାଯାଇଥିବା ମୁକାବିଲାରେ ଡିବ୍ରୁଗଡ଼ ୧୧୧ ରନର ଲକ୍ଷ୍ୟକୁ ୧୭.୩ ଓଭରରେ ଦୁଇ ୱିକେଟ ହରାଇ ହାସଲ କରିନେଇଥିଲା।
ଡିବ୍ରୁଗଡ଼ର ବିଜୟରେ ଦିବିଜ ପାଠକଙ୍କ ଅପରାଜିତ ୬୪ ରନର ପାଳି ନିର୍ଣ୍ଣାୟକ ରହିଥିଲା। ସେ ୫୮ ବଲରେ ନଅଟି ଚୌକା ସହାୟତାରେ ୬୪ ରନ କରିଥିଲେ। ଋତୁରାଜ ବିଶ୍ୱାସ ୩୪ ବଲରେ ୩୩ ରନ କରି ତାଙ୍କୁ ଭଲ ସାଥ ଦେଇଥିଲେ। ଉଭୟେ ଦ୍ୱିତୀୟ ୱିକେଟ ପାଇଁ ୮୪ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ।
ଏହା ପୂର୍ବରୁ ଟସ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନଗାଓଁ ରେଞ୍ଜର୍ସ ଦଳ ୨୦ ଓଭରରେ ୧୧୦ ରନରେ ସୀମିତ ହୋଇଯାଇଥିଲା। ଜିତୁ ଅଲୀ ୩୫ ବଲରେ ୪୨ ରନ ଏବଂ ଅଧିନାୟକ ଅନୁରାଗ ତାଲୁକଦାର ୩୦ ବଲରେ ୨୬ ରନ କରିଥିଲେ। ଡିବ୍ରୁଗଡ଼ ପକ୍ଷରୁ ସିଦ୍ଧାର୍ଥ ଶଙ୍କର ବରୁଆ ଚମତ୍କାର ବୋଲିଂ କରି ତିନି ୱିକେଟ ୧୫ ରନ ଦେଇ ହାସଲ କରିଥିଲେ।
ନଗାଓଁ ପାଳିର ଆରମ୍ଭରେ ହିଁ ନିଜର ପ୍ରଥମ ୱିକେଟ ହରାଇଥିଲା। ଶେଷ ପର୍ଯ୍ୟାୟରେ ଦଳର ପାଂଚଟି ୱିକେଟ ମାତ୍ର ୧୯ ରନ ମଧ୍ୟରେ ପଡ଼ିଯାଇଥିଲା। ଏହା ପରେ ଡିବ୍ରୁଗଡ଼ ଲକ୍ଷ୍ୟର ପିଛା କରିବା ସମୟରେ ପ୍ରାରମ୍ଭିକ ଝଟକା ପରେ ପାଳିକୁ ସମ୍ଭାଳି ନେଇ ସହଜରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:ନଗାଓଁ ରେଞ୍ଜର୍ସ: ୧୧୦ ରନ, ୨୦ ଓଭର (ଜିତୁ ଅଲୀ ୪୨, ଅନୁରାଗ ତାଲୁକଦାର ୨୬; ସିଦ୍ଧାର୍ଥ ଶଙ୍କର ବରୁଆ ୩/୧୫)।
ଡିବ୍ରୁଗଡ଼ ୱାରିୟର୍ସ: ୧୧୪/୨, ୧୭.୩ ଓଭର (ଦିବିଜ ପାଠକ ୬୪ ଅପରାଜିତ, ଋତୁରାଜ ବିଶ୍ୱାସ ୩୩; ସୁନୀଲ ଲଚିତ ୧/୧୭)।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ