ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ଅନ୍ଧାରରେ ଏମ ଭି ୭୯ ରାସ୍ତା, ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା, ଦୁର୍ଘଟଣା ଆଶଙ୍କା; ତୁରନ୍ତ ଆଲୋକ ବ୍ୟବସ୍ଥା ପାଇଁ ଦାବି
ମାଲକାନଗିରି,୧୨ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଅଭାବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତା ଅନ୍ଧକାରମୟ ହୋଇପଡୁଛି। ବିଶେଷକରି ମେଡିକାଲ, ବ୍ୟାଙ୍କ, କୋର୍ଟ,କଲେଜ ଓ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ହେଲେ ଷ୍ଟ୍ରିଟ୍ ଲାଇ
ଷ୍ଟ୍ରିଟ୍ ଲାଇଟ୍ ଅଭାବରୁ ଅନ୍ଧାରରେ ଏମ ଭି ୭୯ ରାସ୍ତା ଛାତ୍ରଛାତ୍ରୀଙ୍କ ଯାତାୟାତରେ ସମସ୍ୟା, ଦୁର୍ଘଟଣା ଆଶଙ୍କା; ତୁରନ୍ତ ଆଲୋକ ବ୍ୟବସ୍ଥା ପାଇଁ ଦାବି


ମାଲକାନଗିରି,୧୨ ଅଗଷ୍ଟ (ହି.ସ.)

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଅଭାବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତା ଅନ୍ଧକାରମୟ ହୋଇପଡୁଛି। ବିଶେଷକରି ମେଡିକାଲ, ବ୍ୟାଙ୍କ, କୋର୍ଟ,କଲେଜ ଓ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାରେ ଗୋଟିଏ ହେଲେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସନ୍ଧ୍ୟା ସମୟରେ ଟ୍ୟୁସନ୍ ସାରି ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିବା ବେଳେ ଅନ୍ଧକାର ରାସ୍ତା ଯୋଗୁଁ ଭୟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧକାର କାରଣରୁ ଯାତାୟାତ ସମୟରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ଏହାସହ ବୃଦ୍ଧ, ମହିଳା ଓ ସାଧାରଣ ଲୋକଙ୍କ ରାତ୍ରି ଯାତାୟାତ ମଧ୍ୟ ଅସୁରକ୍ଷିତ ହୋଇପଡୁଛି।

ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ଅଭିଭାବକମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାସ୍ତାରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଅଞ୍ଚଳବାସୀ ଓ ଅଭିଭାବକମାନେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande