ଖୋର୍ଦ୍ଧାରେ ଏଚଆଇଭି/ଏଡସ୍ ସମ୍ପର୍କିତ ଦୁଇ ମାସିକ ବ୍ୟାପକ ସଚେତନତା ଅଭିଯାନ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଠାରେ ଏଚଆଇଭି/ଏଡସ୍ ସମ୍ପର୍କିତ ଦୁଇ ମାସିକ ବ୍ୟାପକ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ (୨୦୨୬–୨୭)ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି
werfg


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ) - ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଖୋର୍ଦ୍ଧା ଠାରେ ଏଚଆଇଭି/ଏଡସ୍ ସମ୍ପର୍କିତ ଦୁଇ ମାସିକ ବ୍ୟାପକ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ (୨୦୨୬–୨୭)ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ସ୍ୱାଭିମାନର ମାଟି ଖୋର୍ଦ୍ଧାରୁ ଏଚଆଇଭି ବିରୋଧରେ ଏକ ନୂତନ ସଚେତନତାର ଲଢ଼େଇ ଆରମ୍ଭ ହୋଇଛି। ଏହି ଲଢ଼େଇର ଅସ୍ତ୍ର ହେଉଛି ସଚେତନତା, ସଠିକ୍ ସୂଚନା, ପରୀକ୍ଷା, ଚିକିତ୍ସା ଓ ସହାନୁଭୂତି।

ଆମର ଲଢ଼େଇ କେବଳ ଏଚଆଇଭି ବିରୋଧରେ ନୁହେଁ; ଅଜ୍ଞତା, ଭୟ, ଭ୍ରାନ୍ତ ଧାରଣା ଓ ଭେଦଭାବ ବିରୋଧରେ ମଧ୍ୟ। ଏଚଆଇଭି ଆକ୍ରାନ୍ତ ବ୍ୟକ୍ତି ଆମ ସମାଜର ଜଣେ ସଦସ୍ୟ; ସେମାନଙ୍କୁ ସମ୍ମାନ, ସହଯୋଗ ଓ ସମାନ ଅଧିକାର ଦେବା ହେଉଛି ଏକ ସଭ୍ୟ ଓ ସମାବେଶୀ ସମାଜର ପରିଚୟ। ଚଳିତ ବର୍ଷର ବିଷୟବସ୍ତୁ “ ଡିଫରେଂଟ କଂଟେକ୍ସ , କମନ୍ ଆସ୍ପିରେସନସ୍ ”, ଅର୍ଥାତ୍ “ଭିନ୍ନ ପରିପ୍ରେକ୍ଷୀ, କିନ୍ତୁ ଗୋଟିଏ ଆକାଂକ୍ଷା”। ଆମ ସମସ୍ତଙ୍କର ଲକ୍ଷ୍ୟ ଗୋଟିଏ ସୁସ୍ଥ ଜୀବନ, ନିରାପଦ ଭବିଷ୍ୟତ ଓ ସମ୍ମାନର ସହିତ ବଂଚିବା।

୨୦୩୦ ସୁଦ୍ଧା ଏଡସ୍ କୁ ନିୟନ୍ତ୍ରଣ କରିବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ ହେଉ। ଏହି ଲକ୍ଷ୍ୟ ସାଧନରେ ଯୁବପିଢ଼ିର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମୋର ବିଶ୍ୱାସ, ଓଡ଼ିଶାର ଯୁବଶକ୍ତି ଏହି ଦାୟିତ୍ୱକୁ ନିଷ୍ଠାର ସହ ନିଭାଇ ଏକ ସୁସ୍ଥ, ସଚେତନ, ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ଅଗ୍ରଣୀ ଭୂମିକା ନେବେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲାପାଳ, ଓଏସଏସସିଏସ୍ ର ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande