୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ଆଡ଼ମ୍ବରପୁର୍ଣ୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି
Preparation of Harghar Triranga in KANDHAMAL
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ଆଡ଼ମ୍ବରପୁର୍ଣ୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି


କନ୍ଧମାଳ, ୧୨ ଅଗଷ୍ଟ(ହି.ସ.) – ସ୍ୱାଧୀନତା ଦିବସ ୨୦୨୬ ଅବସରରେ ହର ଘର ତ୍ରିରଙ୍ଗା–୨୦୨୬' କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଗ୍ରହଣ କରାଯାଇଛି।

ଏହି ଅବସରରେ ଅଗଷ୍ଟ ୧୩ ତାରିଖ ସକାଳ ୭:୩୦ ଘଟିକାରେ ଫୁଲବାଣୀର କୋରୋନେସନ ପଡ଼ିଆରୁ ଏକ ବିଶାଳ ତ୍ରିରଙ୍ଗା ବାଇକ୍ ଓ ସାଇକେଲ୍ ରାଲି'ର ଶୁଭାରମ୍ଭ ହେବ। ରାଲିର ପ୍ରାରମ୍ଭରେ ଦେଶଭକ୍ତି ଓ ଜାତୀୟ ଏକତାର ଭାବନା ଜାଗ୍ରତ କରିବା ପାଇଁ ସମବେତ କଣ୍ଠରେ ବନ୍ଦେ ମାତରମ୍' ଗାନ କରାଯିବ। ଏହି ରାଲି କୋରୋନେସନ ପଡ଼ିଆରୁ ବାହାରି ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, ଗାନ୍ଧୀ ଛକ, ବସ୍ଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ, କୋର୍ଟ ଛକ ଏବଂ ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡ଼ିଆଠାରେ ଶେଷ ହେବ। ଏଣୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଏହି ରାଲିରେ ଯୋଗଦେଇ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ ସାଦର ଅନୁରୋଧ କରାଯାଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande