ଚୋରା ମଦ ଜବତ : ୮ ଜଣ କୋର୍ଟ ଚାଲାଣ
Kendrapara କେନ୍ଦ୍ରାପଡ଼ା- , 12 ଅଗଷ୍ଟ (ହି.ସ.)କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରାଇନ୍, କେନ୍ଦ୍ରାପଡ଼ା ସଦର ଏବଂ କେନ୍ଦ୍ରାପଡ଼ା
ଚୋରା ମଦ ଜବତ : ୮ ଜଣ କୋର୍ଟ ଚାଲାଣ


Kendrapara

କେନ୍ଦ୍ରାପଡ଼ା- , 12 ଅଗଷ୍ଟ (ହି.ସ.)କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରାଇନ୍, କେନ୍ଦ୍ରାପଡ଼ା ସଦର ଏବଂ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ବେଣକନ୍ଦା ଗ୍ରାମର ନାଡୁଗୋପାଳ ମଣ୍ଡଳ (୫୨) ଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ, ଜମ୍ବୁ ଗ୍ରାମର ଅନଥା କୁମାର ବାସୁ (୫୦) ଙ୍କ ନିକଟରୁ ୨୯ ଲିଟର ବିଦେଶୀ ରନ୍ଧା ମଦ, ଭରିଗଡ଼ ଗ୍ରାମର କୈଲାଶ ମଳିକ (୪୮)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ, ଅଚ୍ୟୁତପୁର ଗ୍ରାମର ଶଶଧର ମଳିକ (୬୧)ଙ୍କ ଠାରୁ ୧୬ ଲିଟର ଦେଶୀ ମଦ, ଦାସଭାଗରିଆ ଗ୍ରାମର ଅମୂଲ୍ୟ ମାହାଳ (୫୧)ଙ୍କ ନିକଟରୁ ୨୫ ଲିଟର ବିଦେଶୀ ମଦ, ବଡ଼ହାଟ ଗ୍ରାମର ମନୋଜ କୁମାର ମଳିକ (୩୫)ଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ ଏବଂ ହରେକୃଷ୍ଣ ବେହେରା (୩୬)ଙ୍କ ନିକଟରୁ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସେହିପରି ପାଟଳିପଙ୍କ ଗ୍ରାମର ଅମର ସାମଲ (୩୦)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଉକ୍ତ ଚଢ଼ାଉରେ ସମୁଦାୟ ୧୮୧ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଥିବାବେଳେ, ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀମତୀ ତ୍ରିବେଣୀ ମହନ୍ତ, ମିସ୍ ଋତୁପ୍ରଭା ସ୍ୱାଇଁ, ଶ୍ରୀ ରଞ୍ଜନ କୁମାର ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande