ଘାଟକୋପରରେ ପାହାଡ଼ର ଅଂଶ ଘରଗୁଡ଼ିକ ଉପରେ ପଡ଼ି ସାତ ଜଣଙ୍କ ମୃତ୍ୟୁ, ସାତ ଜଣ ଆହତ
ମୁମ୍ବାଇ, ୧୨ ଅଗଷ୍ଟ, (ହି.ସ.)- ଘାଟକୋପରର ଅଶୋକ ନଗରରେ ଗୌସିଆ ଚାଲ ନିକଟରେ ଛଅଟି ଘର ଉପରେ ବୁଧବାର ଭୋର ସମୟରେ ପାହାଡ଼ର ଏକ ଅଂଶ ଧସି ପଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣ ଶିଶୁଙ୍କ ସମେତ ସାତ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ମାଟିତଳେ ଆହୁରି ଲୋକ ଦବି ରହିଥିବା ଆଶଙ୍କା ରହିଛି, ତେଣୁ ଫାୟା
ଘାଟକୋପରରେ ପାହାଡ଼ର ଅଂଶ ଘରଗୁଡ଼ିକ ଉପରେ ପଡ଼ି ସାତ ଜଣଙ୍କ ମୃତ୍ୟୁ, ସାତ ଜଣ ଆହତ


ମୁମ୍ବାଇ, ୧୨ ଅଗଷ୍ଟ, (ହି.ସ.)- ଘାଟକୋପରର ଅଶୋକ ନଗରରେ ଗୌସିଆ ଚାଲ ନିକଟରେ ଛଅଟି ଘର ଉପରେ ବୁଧବାର ଭୋର ସମୟରେ ପାହାଡ଼ର ଏକ ଅଂଶ ଧସି ପଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣ ଶିଶୁଙ୍କ ସମେତ ସାତ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ମାଟିତଳେ ଆହୁରି ଲୋକ ଦବି ରହିଥିବା ଆଶଙ୍କା ରହିଛି, ତେଣୁ ଫାୟାର ବ୍ରିଗେଡ, ଏନଡିଆରଏଫ ଏବଂ ପୁଲିସର ଟିମ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ମୁମ୍ବାଇ ମହାନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ପରିଚୟ ମହମ୍ମଦ ସମୀର ଅନସାରୀ (୧୪), ସାହିଲ ହୁସେନ ଅବ୍ଦୁଲ କାଜୀ (୧୯), ପ୍ରାୟ ୪୫ ବର୍ଷ ବୟସର ଜଣେ ଅଜଣା ବ୍ୟକ୍ତି, ଅବାନ ଆରିଫ ଶେଖ (୨), ମନତ ଆରିଫ ଶେଖ (୪), ମର୍ଜିନା ଆରିଫ ଶେଖ (୨୭) ଏବଂ ବିକେତ ରମେଶ ଯାଦବ (୨୭) ଭାବେ କରାଯାଇଛି। ଏହି ଘଟଣାରେ ତିନି ଜଣ ଆହତ ଫରାନା ଦିଲବର ଖାନ (୨୮), ଦିଲବର ଅମନୁଲ୍ଲା ଖାନ (୩୮) ଏବଂ ଶମୀମ ମୁସଲିମ ଖାନ (୨୬)ଙ୍କୁ ରାଜାୱାଡ଼ି ହସ୍ପିଟାଲରେ ଭର୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସ୍ଥିର ବୋଲି କୁହାଯାଇଛି। ଅନ୍ୟ ଚାରି ଜଣ ଆହତ ସୋହେଲ ଅନସାରୀ (୧୮), ମହମ୍ମଦ ଅନସାରୀ (୧୪), ନଇମୁଦ୍ଦିନ ଇକବାଲ ଖାନ (୨୮) ଏବଂ ସାଜିଦ ଅନସାରୀ (୧୬)ଙ୍କୁ କୁର୍ଲାରେ ମହାନଗର ନିଗମର ଭାଭା ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି।

ମୁମ୍ବାଇ ମହାନଗର ନିଗମର ଅଧିକାରୀ କହିଛନ୍ତି ଯେ ଉଦ୍ଧାର ଅଭିଯାନ ଚ୍ୟାଲେଞ୍ଜିଂ ହୋଇଛି, କାରଣ ପ୍ରଭାବିତ ଅଂଚଳର ରାସ୍ତା ବହୁତ ସଂକୀର୍ଣ୍ଣ। ଏଠାରେ ଏକ ସମୟରେ କେବଳ ଜଣେ ବ୍ୟକ୍ତି ଯାଇପାରିବେ ଏବଂ ଭାରୀ ଯନ୍ତ୍ରପାତି ଲଗାଇବା କଷ୍ଟକର ହେଉଛି। ଖୋଜାଖୋଜି ଓ ଉଦ୍ଧାର ଅଭିଯାନ ଚାଲିଥିଲା, ଯେଉଁଥିରେ ଫାୟାର ବ୍ରିଗେଡ, ପୁଲିସ, ଏନଡିଆରଏଫ, ଆମ୍ବୁଲାନ୍ସ ସେବା ଏବଂ ମହାନଗର ନିଗମର ୱାର୍ଡ କର୍ମଚାରୀଙ୍କ ଟିମ୍ଗୁଡ଼ିକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି।

ମୁମ୍ବାଇର ମେୟର ରିତୁ ତାୱଡେ ଉଦ୍ଧାର ଅଭିଯାନର ତଦାରଖ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ପ୍ରଭାବିତ ପରିବାରଗୁଡ଼ିକ ସହ ମଧ୍ୟ ସାକ୍ଷାତ କରିଥିଲେ ଏବଂ ସେମାନଙ୍କୁ ସହାୟତାର ଭରସା ଦେଇଥିଲେ। ମେୟର ପ୍ରତ୍ୟେକ ମୃତକଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ôଥକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେ ଉଦ୍ଧାର ଅଭିଯାନରେ ସାମିଲ ଏଜେନ୍ସିଗୁଡ଼ିକୁ ନିଜର ପ୍ରୟାସ ତୀବ୍ର କରିବା ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande