ଜୀବନ ପଥ ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ
ଜୀବନ ପଥ ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ
ଜୀବନ ପଥ  ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ


ଜୀବନ ପଥ  ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ


ଜୀବନ ପଥ  ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ


ଜୀବନ ପଥ  ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ


ଜୀବନ ପଥ  ଅନ୍ତୋବାସୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ


ସମ୍ବଲପୁର, ୧୨, ଅଗଷ୍ଟ (ହି.ସ.) ସମ୍ବଲପୁର ସହରର ଦୁର୍ଗାପାଲି ଠାରେ ଥିବା ଚର୍ଚ୍ଚିତ ଭିକ୍ଷୁକ ଥଇଥାନ କେନ୍ଦ୍ର ଜୀବନ ପଥ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସହରର କିଛି ବିଶିଷ୍ଟ ଯୁବ ସମାଜସେବୀ । 'ଓଁ ଵାବା ସେବା ସଙ୍ଗଠନ'ର ଯୁବ ସମାଜସେବୀ ମାନେ ଜୀବନ ପଥରେ ରହୁଥିବା ଅନ୍ତୋବାସୀଙ୍କ ସମସ୍ୟାକୁ ଦୀର୍ଘ ଦିନ ଧରି ଅନୁଧ୍ୟାନ କରିବା ପରେ ଆଜି ଏକ ନିଆରା ଢଙ୍ଗରେ ସହାୟତାର ହାତ ବଢ଼ାଇଛନ୍ତି । ସୂଚନାନୁଯାୟୀ ସଙ୍ଗଠନର ମୁଖ୍ୟ ଅରବିନ୍ଦ ମେହର ଭିକ୍ଷୁକ ଥଇଥାନ କେନ୍ଦ୍ର ଜୀବନ ପଥ ପରିସରକୁ ବୁଲିବାକୁ ଯାଇ ସମସ୍ତ ଅନ୍ତେବାସୀଙ୍କ ସହ ମିଶି ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏଥିରେ ସେ ଜାଣିବାକୁ ପାଇଥିଲେ ଯେ 'ଜୀବନ ପଥ'ରେ ରହୁଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ରହିଛନ୍ତି ବୃଦ୍ଧବୃଦ୍ଧା ଓ ଶାରୀରିକ ଅକ୍ଷମ ବ୍ୟକ୍ତି ବିଶେଷ । ଯେଉଁ ମାନେ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ଧୋଇବା ପାଇଁ ଅକ୍ଷମ । ସେହିଠାରୁ ଅରବିନ୍ଦ ଅନ୍ତୋବାସୀଙ୍କ ସୁବିଧା ପାଇଁ ତାଙ୍କର ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କ ସହ ବିଚାର ବିମର୍ଷ କରି ଶେଷରେ 'ଓଁ ବାବା ସେବା ସଂଗଠନ' ପକ୍ଷରୁ ଏକ ୱାସିଙ୍ଗ ମେସିନ ପ୍ରଦାନ କରିବାର ନିଷ୍ପତ୍ତି ନେଇଥିଲେ । ଆଜି ଅନୁଷ୍ଠାନର ସମସ୍ତ ଯୁବ ସମାଜସେବୀ ମାନେ ମିଳିତ ଭାବେ ଏକ ନୂତନ ୱାସିଙ୍ଗ ମେସିନ ନେଇ ଭିକ୍ଷୁକ ଥଇଥାନ କେନ୍ଦ୍ର ଜୀବନ ପଥ କୁ ଯାଇ ଅନ୍ତୋବାସୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅବସରର ସମସ୍ତ ଅନ୍ତୋବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏଥି ସହିତ ସମସ୍ତ ଅନ୍ତୋବାସୀଙ୍କ ନିତ୍ୟ ବ୍ୟବହାର ପାଇଁ ସେ ଗାମୁଛା ମଧ୍ୟ ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଯୋଗ ଦେଇଥିଲେ । 'ମାନବ ସେବା ହିଁ ଈଶ୍ୱର ସେବା', ଅନ୍ୟର ସୁଖ, ଶାନ୍ତି ଓ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜକୁ ସମର୍ପିତ କରି ନିସ୍ୱାର୍ଥପର ସେବା କରିବା ନିଶ୍ଚିତ ଭାବରେ ଏକ ପ୍ରଶଂସନୀୟ କାର୍ଯ୍ୟ । ଆଜିର ସ୍ୱାର୍ଥପର ଦୁନିଆଁରେ ଅରବିନ୍ଦ ଓ ତାଙ୍କ ସାଥିଗଣ ସମସ୍ତ ଯୁବକ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଶ୍ରୀ ବକ୍ସି କହିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଦସ୍ୟ ତୃପ୍ତି ରଞ୍ଜନ ପଣ୍ଡା, ସନ୍ୟାସୀ ପ୍ରଧାନ, ରାଜେଶ ସିଂ, ରାହୁଲ ସାହୁ, ଅମିତ୍ ଦୋରା, ଲୋକେଶ କୁମାର, ଶିବରାମ କୁମ୍ଭାର, ପ୍ରେମ ସାହାଣୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସେବା କାର୍ଯ୍ୟ ତୁଲାଇଥିଲେ । ଭିକ୍ଷୁକ ଥଇଥାନ କେନ୍ଦ୍ର ଜୀବନ ପଥର ପରିଚାଳକ ରାଜେଶ ସାହୁ, ପ୍ରିୟଙ୍କା ଦାସ, ପ୍ରମିଳା ମିଞ୍ଜ ପ୍ରମୁଖ ଏହି କାର୍ଯ୍ୟରେ ସହାୟତା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande