ଡିଗ୍ରୀ ମହିଳା କଲେଜରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ
ନୂଆପଡ଼ା,୧୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ବିନୋଦ ବିହାରୀ ପାଢ଼ୀ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଯୁ
Juba dibas palita khariar


ନୂଆପଡ଼ା,୧୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ବିନୋଦ ବିହାରୀ ପାଢ଼ୀ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଯୁବବର୍ଗଙ୍କୁ ଏଡ୍ସ ସମ୍ପର୍କରେ ସଚେତନ କରିବା ଏବଂ ନିଜର ସ୍ୱାସ୍ଥ୍ୟସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୨ରୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଦୁଇ ମାସିଆ ‘ୟୁଥ୍ କ୍ୟାମ୍ପେନ୍’ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି। ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande